30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆଜି କଶ୍ମୀର ନେତାଙ୍କୁ ଭେଟିବେ ମୋଦୀ, ୩୭୦ ଧାରା ପୁନଃ ପ୍ରଚଳନ ଦାବି କରିବ ପିଡିପି

ଆଜି କଶ୍ମୀର ନେତାଙ୍କୁ ଭେଟିବେ ମୋଦୀ, ୩୭୦ ଧାରା ପୁନଃ ପ୍ରଚଳନ ଦାବି କରିବ ପିଡିପି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରାଜନୈତିକ ସ୍ଥିତାବସ୍ଥା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୪ଟି ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବା ଜଣାପଡିଛି । ତେବେ ମୋଦୀଙ୍କ ସହ ଆଲୋଚନା କାଳରେ ଜମ୍ମୁ-କଶ୍ମୀରରେ ପୁଣି ସମ୍ବିଧାନର ଧାରା ୩୭୦ ଲାଗୁ କରିବା ସହ ପୂର୍ଣ୍ଣ ରାଜ୍ୟପାହ୍ୟା ଫେରାଇ ଆଣିବାକୁ ତାଙ୍କ ଦଳ ଦାବି ଉପସ୍ଥାପନ କରିବ ବୋଲି ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି । ମେହବୁବା ପିପୁଲ୍‌ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ଥିବାବେଳେ ଜମ୍ମୁ-କଶ୍ମୀରରେ ଗଠିତ ଗୁପ୍‌କାର ମେଣ୍ଟର ମଧ୍ୟ ଉପସଭାପତି ଦାୟିତ୍ୱ ତୁଲାଉଛନ୍ତି ।

୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ-କଶ୍ମୀର ଓ ଲଦାଖ)ରେ ବିଭକ୍ତ କରିଥିଲେ । ଭାରତୀୟ ସମ୍ବିଧାନକୁ ଅବଜ୍ଞା କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଲୋଚନାରେ ଏହି ଦାବି ଉପସ୍ଥାପନ କରାଯିବ ବୋଲି ମେହବୁବା କହିଛନ୍ତି । ଭାରତୀୟ ସମ୍ବିଧାନ ହିଁ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ସହ ୩୭୦ ଧାରା ପ୍ରଦାନ କରିଛି, ତେଣୁ ଏହା ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ପ୍ରଥମ କର୍ତ୍ତବ୍ୟ ହେବ ବୋଲି ମେହବୁବା କହିଛନ୍ତି । ସୂଚନାଯୋଗ୍ୟ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟପାହ୍ୟା ପ୍ରଦାନ ପ୍ରସଙ୍ଗରେ ବିଚାର କରିବାକୁ କେନ୍ଦ୍ର ସରକାର ରାଜି ଥିଲେ ସୁଦ୍ଧା କୌଣସି ପରିସ୍ଥିତିରେ ୩୭୦ ଧାରା ପୁନଃ ପ୍ରଚଳନର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking