30.1 C
Bhubaneswar
Sunday, May 5, 2024
Homeଓଡିଶାଧନେଶ୍ୱର ସମବାୟ ସମିତି ଧାନ କିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦ ରେ ଆମରଣ  ଅନଶନ ରେ...

ଧନେଶ୍ୱର ସମବାୟ ସମିତି ଧାନ କିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦ ରେ ଆମରଣ  ଅନଶନ ରେ ବସିଲେ ଚାଷୀ

ଯାଜପୁର:  ଜିଲ୍ଲାର କୋରେଇ ବ୍ଲକ ଅଧିନସ୍ଥ ଧନେଶ୍ୱର ସେବା ସମବାୟ ସମିତି ଚାଷୀ ମାନଙ୍କ ଠାରୁ ଧାନ କିଣା ରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଚାଷୀ ମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ!ସମବାୟ ସମିତି କିଛି ନିର୍ଦ୍ଧିଷ୍ଟ ଚାଷୀଙ୍କୁ ଅଗ୍ରାଧିକାର ଦେଉଥିବାରୁ ଏହାକୁ ପ୍ରତିବାଦ କରି ଗତ ତା 08.6.21ରିଖ ଓ ତା 16.6 21ରିଖ ରେ ଯାଜପୁର ଜିଲ୍ଲାପାଳ, ରାଜ୍ୟ କୃଷୀ ଓ ସମବାୟ ମନ୍ତ୍ରୀ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ l କିନ୍ତୁ କେହି କର୍ଣପାତ କରିଲେ ନାହିଁ l ଧନେଶ୍ୱର ସେବା ସମବାୟ ସମିତିର ମନମାନୀ ପ୍ରତିବାଦ ରେ ଚାଷୀ ନେତା ବିଜୟ କୁମାର ବୋଇତାଇଙ୍କ ନେତୃତ୍ୱରେ ସର୍ବଶ୍ରୀ ହିମାଂଶୁ ଭୂଷଣ ବୋଇତାଇ,ଚୈତନ୍ୟ ବେହେରା, ଦୀପକ କୁମାର ସାହୁ, ରମେଶ ଭୂୟାଁ, ଅର୍ଜୁନ କୁମାର ସାହୁ, ଚନ୍ଦ୍ରମଣି ବେହେରା, ଜ୍ଞାନ ଶଙ୍କର ବୋଇତାଇ, ଅରୁଣ କୁମାର ସାହୁ, ସୋମ୍ୟରଞ୍ଜନ ସାହୁ ପ୍ରମୁଖ ଚାଷୀ ମାନେ ସକାଳ 10ଟା ରୁ କୋରେଇ ବ୍ଲକ ସମ୍ମୁଖରେ ବସିଥିଲେ ମଧ୍ୟ ଆଲୋଚନା ର କୌଣସି ସୁଫଳ ନମିଳିବାରୁ ସ୍ଥାନୀୟ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ପାଇଛି l ହୋଇଥିଲା!ଏହି ଗଣ ଅନଶନକାରୀ ଙ୍କ ନିକଟରେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ,ଜିଲ୍ଲା ଗଣ ମାଧ୍ୟମ ସଂଯୋଜକ ସତ୍ୟପ୍ରକାଶ କୁଅଁର,ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ପରୀକ୍ଷିତ ମଲ୍ଲିକ, ନିରଞ୍ଜନ ନାୟକ, ନରହରି କୁଅଁର, ବିଚିତ୍ର ରାଉତ ପ୍ରମୁଖ ପହଞ୍ଚି ବ୍ଲକ ପ୍ରଶାସନ ଚାଷୀ ମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ!ଘଟଣା ସ୍ଥଳରେ କୋରେଇ ଆଇ ଆଇ ସି ରଣଞ୍ଜିତ ମହାନ୍ତି, ସଲିଳ ମଲ୍ଲିକ ପହଞ୍ଚି କୋରେଇ ବ୍ଲକ କତୃପକ୍ଷ, ସେବା ସମବାୟ ସମିତି କତୃପକ୍ଷ ଓ ଚାଷୀ ମାନଙ୍କ ସହିତ ଆଲୋଚନା କରୁକରି ଥିଲେ l ଆଲୋଚନା ଫଳ ସ୍ପଦ ନ ହେବାରୁ ଅନଶନ ଜରୀ ରହିଛି ଦିବା ରାତ୍ରି ଅନଶନ ଚାଲୁ ରହିବ l ଦାବୀ ପୂରଣ ନ ହେବା ପଯ୍ୟନ୍ତ ଅନ୍ଧୋଲନ କୁ ତ୍ରୀବ୍ର ତର କରାଯିବ ବୋଲି ଚାଷୀ ନେତା ବିଜୟ କୁମାର ବୋଇତାଇ ସୂଚନା ଦେଇ ଛନ୍ତି l!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking