29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶରାମଦେବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ରାମଦେବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଇତିମଧ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିକଟ ଅତୀତରେ କୋଭିଡ୍ ଚିକିତ୍ସା ପଦ୍ଧତି ଓ ଏଲୋପ୍ୟାଥି ଔଷଧକୁ ତୀବ୍ର ସମାଲୋଚନା କରିଥିବାରୁ ରାମଦେବଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏତଲା ଦାଏର କରାଯାଇଛି । ତେଣୁ ତାଙ୍କ ବିରୋଧରେ ଆଗତ ସବୁ ମାମଲାର ଶୁଣାଣି ଦିଲ୍ଲୀକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେବାକୁ ସେ ପିଟିସନରେ ପ୍ରାର୍ଥନା କରିଛନ୍ତି । କୋଭିହ୍‌ର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ରାମଦେବ ଏକ ଭିିଡିଓ ବାର୍ତ୍ତାରେ ଚିକିତ୍ସା ପଦ୍ଧତିକୁ ସମାଲୋଚନା କରିବା ସହ ଏଲୋପ୍ୟାଥିକୁ ଷ୍ଟୁପିଡ୍ ସାଇନ୍ସ ବୋଲି ଆକ୍ଷେପ କରିଥିଲେ । ତେବେ ଏଭଳି ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ପ୍ରତିକିୟା ପ୍ରକାଶ ପାଇବାପରେ ରାମଦେବ କ୍ଷମାଭିକ୍ଷା ମଧ୍ୟ କରିସାରିଛନ୍ତି । ଏହାସତ୍ତ୍ୱେ ବିଭିନ୍ନ ଥାନାରେ ତାଙ୍କ ନାମରେ ଏତଲା ଦାଏର କରାଯାଇଥିବାବେଳେ ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ଜୋର ଧରିଛି । ସୂଚନାଯୋଗ୍ୟ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପତଞ୍ଜଳି ଆଶ୍ରମ ପକ୍ଷରୁ ପ୍ରସ୍ତୁତ ‘କରୋନିଲ’ ଔଷଧକୁ ଭାରତୀୟ ଡାକ୍ତରୀ ସଂଘ (ଆଇଏମ୍‌ଏ) ପ୍ରତ୍ୟାଖ୍ୟାନ କରିବାପରେ ରାମଦେବ ପ୍ରତିକ୍ରିୟାଶୀଳ ହୋଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking