32.1 C
Bhubaneswar
Friday, April 26, 2024
Homeଓଡିଶାଆଜିଠୁ ପୁଣି ଆରମ୍ଭ ହେଲା ମୋ ବସ୍‌ ସେବା

ଆଜିଠୁ ପୁଣି ଆରମ୍ଭ ହେଲା ମୋ ବସ୍‌ ସେବା

ଭୁବନେଶ୍ବର : ଗଡିଲା ମୋ ବସ୍‌। ୧୬ଟି ରୁଟ୍‌ରେ ୮୯ଟି ବସ୍‌ ଚଳାଚଳ କରୁଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ। ପ୍ରତି ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ଯିବେ। ଯାତ୍ରୀଙ୍କୁ ଛିଡା ହୋଇ ଯିବାକୁ ଅନୁମତି ଦିଆଯିବନି। ବିନା ମାସ୍କରେ କୌଣସି ଯାତ୍ରୀ ଯାତ୍ରା କରିପାରିବେନି। ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ। ପ୍ରାୟ ୨ ମାସ ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ମୋ ବସ୍‌ ସେବା। ଯାତ୍ରୀ ବସିବା ପୂର୍ବରୁ ବସ୍‌ ଗୁଡିକୁ ସାନିଟାଇଜ୍‌ କରାଯାଇଛି। ସପ୍ତାହନ୍ତ ସଟ୍‌ଡାଉନ୍‌ରେ ସ୍ବତନ୍ତ୍ର ସଟଲ୍‌ ବସ୍‌ ସେବା ପୂର୍ବଭଳି ଚାଲୁ ରହିବ। ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ। ବସ୍‌ରେ ଯେତିକ ସିଟ୍ ସେତିକି ଲୋକ ବସିବେ, ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ବସ୍‌ରେ କେବଳ ଦୁଇ ଡୋଜ୍ ଟିକା ନେଇଥିବା କର୍ମଚାରୀ ଡ୍ୟୁଟି କରିବେ। ପ୍ରତ୍ୟେକ ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking