38.1 C
Bhubaneswar
Friday, April 26, 2024
Homeଓଡିଶାପାହାଡିଆ ଜମିରେ ଅଣଧାନ ଚାଷ ପାଇଁ ପରାମର୍ଶ

ପାହାଡିଆ ଜମିରେ ଅଣଧାନ ଚାଷ ପାଇଁ ପରାମର୍ଶ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍‌କୁ ରାଜ୍ୟ କୃଷି ଉପନିର୍ଦେଶକ ରସାସିଂହ, ତେନ୍ତୁଳିଆପଡା, ସଦାଶିବପୁର ଗ୍ରାମର ବିଭିନ୍ନ କ୍ଷେତ ପରିଦର୍ଶନ କରିବା ସହିତ ଅଣଧାନ ଚାଷ କରିବା ପାଇଁ ଚାଷୀ ଭାଇମାନଙ୍କୁ ବିଭିନ୍ନ ବୈଶୟିକ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ସ୍ୱଳ୍ପମିଆଦି ଧାନ ଚାଷ କରିବାକୁ ଓ ତଳିଘେରା ନିକଟସ୍ଥ ପୋଖରୀ କିମ୍ବା ଗାଡିଆରୁ ଜଳ ବ୍ୟବହାର କରିବା ଉପରେ ଚାଷୀମାନଙ୍କୁ ବୁଝାଇଥିଲେ । ଆସନ୍ତା ସପ୍ତାହରେ ବର୍ଷାର ଆଗମନରେ ଅବସ୍ଥା ସୁଧୁରି ଯାଇପାରେ ବୋଲି ମତ ଦେଇଥିଲେ । ମାତ୍ର ସଦାଶିବପୁର ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି କେନାଲର ବନ୍ଧ ହୁଡା ଭାଙ୍ଗି ଯାଇଥିବା ହେତୁ ଏହା ଉପରେ ନିର୍ଭର କରୁଥିବା ୪ଟି ଗ୍ରାମର ଧାନଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ଜାଣି କ୍ଷୋଭ ପ୍ରକାଶ କରିଥିଲେ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଅଧିକାରୀ ତଥା ଜଳସେଚନ ବିଭାଗ ସହ ଆଲୋଚନା କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ କ୍ଷେତ ପରିଦର୍ଶନ କରିବା ସମୟରେ ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ମାନସୀ ଦାସ, ଓଡାପଡା ବ୍ଲକ୍ କୃଷି ଅଧିକାରୀ ଶାଶ୍ୱତ ମିଶ୍ର, ଜଳସେଚନ ଅଧିକାରୀ ଜଳଧର ବେହେରା ଓ ଗ୍ରାମ କୃଷି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking