29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମଧ୍ୟ ପ୍ରଦେଶ ବିଧାୟକ ପଢିବେ ଶିଷ୍ଟାଚାର ପାଠ

ମଧ୍ୟ ପ୍ରଦେଶ ବିଧାୟକ ପଢିବେ ଶିଷ୍ଟାଚାର ପାଠ

ନୂଆଦିଲ୍ଲୀ : ଶିଷ୍ଟାଚାର ପାଠ ପଢିବେ ମଧ୍ୟପ୍ରଦେଶ ବିଧାୟକ । ବିଧାସନଭାରେ ଯେପରି ଅସାମ୍ବିଧାନିକ ଶବ୍ଦ ବ୍ୟବହାର ନ କରିବେ ସେଥିପାଇଁ ନେବେ ତାଲିମ । ବିଧାୟକମାନଙ୍କୁ ନୈତିକତା ଓ ଶିଷ୍ଟାଚାର ପାଠ ପଢାଇବାରେ ମଧ୍ୟପ୍ରଦେଶ ହେବ ଦେଶର ପ୍ରଥମ ରାଜ୍ୟ । ଅଗଷ୍ଟ ୯ରେ ବସିବ ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିଧାୟକମାନଙ୍କୁ ନୈତିକତା ଓ ଶିଷ୍ଟାଚାର ସମ୍ପର୍କରେ ଶିକ୍ଷା ଦିଆଯିବ । ଆସନ୍ତା ୧୫ଦିନ ଭିତରେ ଦୁଇଦିନିଆ ତାଲିମ ଶିବିର ଆୟୋଜିତ ହେବ । ଏଥିରେ ସମସ୍ତ ବିଧାୟକ ଅଂଶ ଗ୍ରହଣ କରିବାକୁ ବାଧ୍ୟ ବୋଲି ବାଚସ୍ପତି ଗିରିଶ ଗୌତମ କହିଛନ୍ତି । ତାଲିମ ଶେଷରେ ପ୍ରତି ବିଧାୟକଙ୍କୁ ଗୋଟିଏ ଲେଖାଏଁ ହ୍ୟାଣ୍ଡବୁକ୍ ପ୍ରଦାନ କରାଯିବ । କୌଣସି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ ମନ୍ତ୍ରୀ ଓ ବିଧାୟକମାନେ ଅସାମ୍ବାଧାନିକ ଶବ୍ଦ ବ୍ୟବହାର କରୁଛନ୍ତି । ସମ୍ପୃକ୍ତ ମନ୍ତ୍ରୀ କିମ୍ବା ବିଧାୟକ ସାଧାରଣରେ ନିନ୍ଦିତ ହେଉଛନ୍ତି। ସାଧାରଣ ଲୋକଙ୍କ ନିକଟରେ ସେମାନଙ୍କ ସମ୍ମାନ ବଜାୟ ରଖିବାକୁ ଶିଷ୍ଟାଚାର ଓ ନୈତିକତା ଶିକ୍ଷା ଜରୁରୀ ବୋଲି ବାଚସ୍ପତି କହିଛନ୍ତି । ମୁର୍ଖ, ଚୋର, ଅପଦାର୍ଥ, ବେୱକୁଫ୍ ଭଳି ପ୍ରାୟ ୩୦୦ ଅସାମ୍ବିଧାନିକ ଶବ୍ଦ ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ତାଲିମ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking