29.1 C
Bhubaneswar
Sunday, May 19, 2024
Homeଓଡିଶାରାଜଧାନୀ ରେ ଓଡିଶା ବନ୍ଦ ପ୍ରତି ବ୍ୟାପକ ସମର୍ଥନ , ସହର ର ବିଭିନ୍ନ ସ୍ଥାନ...

ରାଜଧାନୀ ରେ ଓଡିଶା ବନ୍ଦ ପ୍ରତି ବ୍ୟାପକ ସମର୍ଥନ , ସହର ର ବିଭିନ୍ନ ସ୍ଥାନ ରେ ବାମପନ୍ଥୀ କର୍ମୀ ମାନେ ପିକେଟିଂ କରି ଆନ୍ଦୋଳନ ରେ ସାମିଲ

ଭୁବନେଶ୍ୱର ତାରିଖ : ତୈଳ ଜାତ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାଯ୍ୟ ଦ୍ରବ୍ୟର ଦରବୃଦ୍ଧି ପ୍ରତ୍ୟାହାର ଦାବୀ କରି ଆହୁତ 6 ଘଣ୍ଟିଆ ଓଡିଶା ବନ୍ଦ କୁ ଭୁବନେଶ୍ୱର ରେ ବ୍ୟାପକ ସମର୍ଥନ ମିଳିଛି ଏବଂ ବନ୍ଦ ସଫଳ ହୋଇଛି l

 

ସି ପି ଆଇ (ଏମ ) ର କର୍ମୀ ମାନେ ଆଇ ଓ ସି ଏଲ ମୁଖ୍ୟ ଅଫିସ ସମ୍ମୁଖରେ,ଆଲୋକ ଭାରତୀ ଟାୱାରରେ  ଥିବା ବିଭିନ୍ନ ତୈଳ କମ୍ପାନୀ ର ମୁଖ୍ୟ ଅଫିସ ଠାରେ, ଜୟଦେବ ବିହାର ଓଭର ବ୍ରିଜ ଜାତୀୟ ରାଜପଥ,ଜୟଦେବ ବିହାର ଛକ- ନନ୍ଦନ କାନନରା ସ୍ତା, ଆଇଗେଣିଆ ଛକ ଜାତୀୟ ରାଜପଥ, ମାଷ୍ଟର କ୍ୟାଣ୍ଟିନ ଛକ, ଚନ୍ଦକା ବଜାର, ବାଲିପାଟଣା ବଜାର ଇତ୍ୟାଦି ସ୍ଥାନ ରେ ବନ୍ଦ ପାଇଁ ପିକେଟିଂ କରି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି l

ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବାମପନ୍ଥୀ ଦଳ ମାନଙ୍କର ପଟୁଆର ବାହାରି ସଚିବାଳୟ ଅଗ୍ରସର ହେଲାବେଳେ ପୁଲିସ ବହୁ ନେତା ଏବଂ କର୍ମୀଙ୍କୁ ଗିରଫ କରିଥିଲେ l

 

ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ସି ପି ଆଇ (ଏମ ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ଦାସ, ଆଞ୍ଚଳିକ କମିଟି ସମ୍ପାଦକ ରାମଚନ୍ଦ୍ର ତ୍ରିପାଠୀ, କୃଷକ ନେତା ଅଭିରାମ ବେହେରା, ପ୍ରମୋଦିନୀ ସାହୁ,ଚନ୍ଦ୍ର ଶେଖରପୁର ଆଇ ଓ ସି ଏଲ ଅଫିସ ସମ୍ମୁଖରେ ସି ପି ଆଇ (ଏମ ) ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଭୁବନେଶ୍ୱର ର ଆଞ୍ଚଳିକ କମିଟି ନେତା ପ୍ରଭାତ ପାଣିଗ୍ରାହୀ, ରାଜ୍ୟ କମିଟି ସଭ୍ୟ ଯତୀନ ମହାନ୍ତି, ଜୟଦେବ ବିହାର ଛକ ଠାରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ରାଜ୍ୟ କମିଟି ସଭ୍ୟ ସାଲ ମାର୍ଣ୍ଡି, ତାପସୀ ପ୍ରହରାଜ,ସୁରେଶ ରାଉତରାୟ,ଆଲୋକ ଭାରତୀ ଟାୱାର ଠାରେ ଶ୍ରମିକ ନେତା ପ୍ରଦୀପ୍ତ ନାୟକ, ବସନ୍ତ ସାହୁ, ଚନ୍ଦକା ବଜାର ରେ ରବୀନ୍ଦ୍ର ଟୁଡୁ, ଜୟ ପ୍ରକାଶ ଭଞ୍ଜଦେଓ ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ l

 

ସି ପି ଆଇ (ଏମ ) ତରଫରୁ କୁହାଯାଇଛି ଯେ

କରୋନା ମହାମାରୀ ଯୋଗୁଁ ଯେତେବେଳେ ଲୋକଙ୍କ ରୋଜଗାର କମିଛି, ସେତେବେଳେ ମହଙ୍ଗା ବଜାରର ବୋଝ ଏବଂ ଦର ବୃଦ୍ଧି ଲୋକଙ୍କୁ କାଙ୍ଗାଳ କରୁଛି।

ପେଟ୍ରୋଲ ଦର ସବୁଠି 100 ଟଙ୍କା ଅତିକ୍ରମ କରିସାରିଲାଣି। ଡିଜେଲ ମଧ୍ୟ 100 ଟଙ୍କା କୁ ଛୁଇଁଲାଣି l

ବିଦେଶରୁ ଅଶୋଧିତ ତୈଳ କିଣିବା, ତାକୁ ପାଣି ଜାହାଜରେ ଦେଶକୁ ଆଣିବା, ବିଶୋଧନାଗାରରେ ପେଟ୍ରୋଲ ଓ ଡିଜେଲକୁ ଅଲଗା ଅଲଗା କରିବା ପରେ ଏକ ଲିଟର ପେଟ୍ରୋଲର ଦାମ ଟ.୪୦.୧୨ ଓ ଡିଜେଲର ଦାମ ଟ.୪୧.୯୦ ହେଉଛି।

ଏକ ଲିଟର ପେଟ୍ରୋଲ ଉପରେ କେନ୍ଦ୍ର ସରକାର ଟ.୩୨.୯୦(ଅବକାରୀ ଟିକସ ଟ.୧.୪୦+ ଅତିରିକ୍ତ ଅବକାରୀ ଟିକସ ଟ.୧୧.୦୦+ଭିତ୍ତିଭୂମି ନିର୍ମାଣ ସେସ ଟ.୧୮.୦୦+ କୃଷି ସେସ ଟ.୨.୫୦) ଅସୁଲ କରୁଛନ୍ତି l

ସେହିପରି ଏକ ଲିଟର ଡିଜେଲ ଉପରେ ଟ.୩୧.୮୦(ଅବକାରୀ ଟିକସ ଟ .୧.୮୦+ଅତିରିକ୍ତ ଅବକାରୀ ଟିକସ ଟ .୮.୦୦+ଭିତ୍ତିଭୂମି ସେସ ଟ.୧୮.୦୦+କୃଷି ସେସ ଟ.୪.୦୦) ଅସୁଲ କରୁଛନ୍ତି।

 

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟିକସ ବଣ୍ଟନର ଯେଉଁ ବ୍ୟବସ୍ଥା ରହିଛି, ତଦ୍ୱାରା କେବଳ ପେଟ୍ରୋଲ ଲିଟର ପିଛା ୫୭ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ରାଜ୍ୟ ମାନଙ୍କୁ ଦିଆ ଯାଇଥାଏ। ଅତିରିକ୍ତ ଅବକାରୀ ଟିକସ, ଭିତ୍ତିଭୂମି ନିର୍ମାଣ ସେସ ଓ କୃଷି ସେସ ଭାଗବଣ୍ଟା ନହୋଇ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ପାଖରେ ରହୁଛି l

 

ଏସବୁ ମିଶିବା ପରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ଲିଟର ପ୍ରତି ଶତକଡା ୩୨ ଭାଗ ଓ ଡିଜେଲ ଉପରେ ଲିଟର ପ୍ରତି ଶତକଡା ୨୮ ଭାଗ ମୂଲ୍ୟ ଯୁକ୍ତ ଟିକସ(VAT) ଲାଗୁ କରି ଥାଆନ୍ତି।

 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ନୀତି ହିଁ ପେଟ୍ରୋଲ ଓ ଡିଜେଲର ମାତ୍ରାଧିକ ଦରବୃଦ୍ଧି ପାଇଁ ଦାୟୀ। ମୋଦି ସରକାର ୨୦୧୪ରେ ଶାସନ କ୍ଷମତାକୁ ଆସିଲାବେଳେ ଏକ ଲିଟର ପେଟ୍ରୋଲ ଉପରେ ଟ.୯.୨୦ ଓ ଏକ ଲିଟର ଡିଜେଲ ଉପରେ ଟ.୩.୪୬ ଟିକସ କେନ୍ଦ୍ର ସରକାର ନେଉଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଯଥାକ୍ରମେ ଲିଟର ପ୍ରତି ଟ.୩୨.୯୦ ଓ ଟ.୩୧.୮୦କୁ ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ଓଡ଼ିଶା ରାଜ୍ୟ ସରକାର ମୂଲ୍ୟ ଯୁକ୍ତ ଟିକସକୁ ଶତକଡା ୨୦ ଭାଗରୁ ପେଟ୍ରୋଲ ଉପରେ ୩୨% କୁ ଏବଂ ଡିଜେଲ ଉପରେ ୨୮%କୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଟିକସ ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ଏହାର ପରିଣାମ ସ୍ୱରୂପ ପରିବହନ ଖର୍ଚ୍ଚ ବଢ଼ି ସବୁ ଜିନିଷର ଦର ବଢିଛି।

 

ତୈଳଜାତ ସାମଗ୍ରୀ ଗୁଡିକ ଜି ଏସ ଟି ପରିସର ଭୁକ୍ତ କରି ସମସ୍ତ ଅତିରିକ୍ତ ଟିକସ ବୋଝ କୁ ପ୍ରତ୍ୟାହାର କରିବା ପାଇଁ ସି ପି ଆଇ (ଏମ ) ଦୃଢ ଭାବେ ଦାବୀ କରିଛି l ରନ୍ଧନ ଗ୍ୟାସ ର ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ଗ୍ୟାସ ଜାଳି ପାରୁ ନାହାଁନ୍ତି l ତୈଳଜାତ ସାମଗ୍ରୀ ର ମୂଲ୍ୟବୃଦ୍ଧି ନକମିଲେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ମୂଲ୍ୟ କମିବା ସମ୍ଭବ ନୁହେଁ ବୋଲି କୁହାଯାଇଛି l ଏହି ପ୍ରସଙ୍ଗ ଉପରେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି l

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking