33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମିଛ କରୋନା ରିପୋର୍ଟ ନେଇ ବୁଲିବାକୁ ଆସିଥିବା ୧୩ ପର୍ଯ୍ୟଟକ ଗିରଫ

ମିଛ କରୋନା ରିପୋର୍ଟ ନେଇ ବୁଲିବାକୁ ଆସିଥିବା ୧୩ ପର୍ଯ୍ୟଟକ ଗିରଫ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଆସୁଥିବା ପର୍ଯ୍ୟଟକଙ୍କୁ ନିଜ ସହ କରୋନା ନେଗେଟିଭ ରିପୋର୍ଟ ନେବା ଜରୁରୀ । ବିନା କୋଭିଡ ନେଗେଟିଭ ରିପୋର୍ଟରେ କେହି ବୁଲିପାରିବେ ନାହିଁ ।  ଏହା ଭିତରେ କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ମିଛ ନେଗେଟିଭ ରିପୋର୍ଟ ନେଇ ବୁଲିବା ପ୍ଲାନରେ ଅଛନ୍ତି । ପୁଲିସ ଏମିତି ୧୩ ପର୍ଯ୍ୟଟକଙ୍କୁ  ଗିରଫ କରିଛି । ଯିଏ କରୋନାର ମିଛ ରିପୋର୍ଟ ବନାଇ ଉତ୍ତରାଖଣ୍ଡ ରେ ବୁଲୁଛନ୍ତି । ପୁଲିସ ଏମାନଙ୍କ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସେଠାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ ରିପୋର୍ଟ ଜରୁରୀ କରିଛନ୍ତି । ଚେକିଂ ସମୟରେ ୟୁପି ଗାଡିରେ ୧୦ ଜଣ ଙ୍କୁ ମିଛ କରୋନା ରିପୋର୍ଟ ସହ ଧରା ଯାଇଥିଲା । ଯେତେବେଳେ କି ଅନ୍ୟ ଏକ ଗାଡିରୁ ୩ ଜଣଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନା ମୁତାବକ ଏମାନେ  ଗାଜିୟାବାଦ ଓ ବିହାରରୁ ଉତ୍ତରାଖଣ୍ଡ ଆସୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking