39.1 C
Bhubaneswar
Friday, April 26, 2024
Homeଓଡିଶାଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ ବିଧାୟକ : ଫେରାର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ ବିଧାୟକ : ଫେରାର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶନିବାର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ପରିଦର୍ଶନ କରିଛନ୍ତି । ସେ ଚିକିତ୍ସାଳୟର ସମସ୍ତ ସମସ୍ୟା ଓ ଆବଶ୍ୟକତା ତଦାରଖ କରିବା ସହ ରୋଗୀମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି । ଏହାସହ ଉପସ୍ଥାନ ଖାତାରେ ଦସ୍ତଖତ କରି ଚିକିତ୍ସାଳୟରେ ଉପସ୍ଥିତ ନଥିବା ଫାର୍ମାସିଷ୍ଟ ତପସ୍ୱିନୀ ଗଜେନ୍ଦ୍ର ଏବଂ ଅନ୍ୟ ଜଣେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଛନ୍ତି । ସେ କହିଛନ୍ତି ଲୋକଙ୍କ ସେବା ପାଇଁ ସରକାର ଡାକ୍ତରଖାନାରେ ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ କର୍ତ୍ତବ୍ୟରେ ଅବହେଳା କଲେ ସାଧାରଣ ଲୋକେ ହଇରାଣ ହେବା ସହ ମୃତ୍ୟୁ ମୁଖରେ ପଡ଼ିବେ । ତେଣୁ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ତପସ୍ୱୀନି ଉପସ୍ଥାନ ଖାତାରେ ଦସ୍ତଖତ କରି ବିଭିନ୍ନ ସମୟରେ ଚିକିତ୍ସାଳୟରେ ଅନୁପସ୍ଥିତ ରହୁଥିବା ପୂର୍ବରୁ ସ୍ଥାନୀୟ ଲୋକେ ତାଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଲଖନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥାନ ଖାତାରେ ଦସ୍ତଖତ କରି ୨ ଜଣ କର୍ମଚାରୀ ଉପସ୍ଥିତ ନ ଥିବାର ବିଧାୟକ ସୂଚନା ଦେଇଛନ୍ତି । ଏ ବିଷୟରେ ତଦନ୍ତ କରିବା ପରେ କର୍ତ୍ତବ୍ୟ ଅବହେଳା ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking