40.1 C
Bhubaneswar
Thursday, April 25, 2024
Homeଓଡିଶାସାମ୍ବାଦିକଙ୍କୁ ଦୁର୍ବ୍ୟବହାର : ୨ଜଣଙ୍କୁ ଗିରଫ

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର : ୨ଜଣଙ୍କୁ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରସୁଲଗଡରେ ଥିବା ସପିଂମଲ ଏସପ୍ଲାନେଡରେ ଚାଲିଛି ଖୁଲମଖୁଲା ଗୁଣ୍ଡାଗିରି । ତେବେ ଏସପ୍ଲାନେଡରେ ବେଆଇନ ପାର୍କିଂ ଫି ଆଦାୟ କରୁଥିବା ଖବର ଜାଣିବା ପରେ ଜନୈକ ସାମ୍ବାଦିକ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ସେହି ସମୟରେ ସାମ୍ବାଦିକ ଏବଂ ତାଙ୍କ ସହ ଯାଇଥିବା ଜଣେ କ୍ୟାମେରାମ୍ୟାନଙ୍କୁ ସିକ୍ୟୁରିଟି କର୍ମଚାରୀମାନେ ଅଚାନକ ଆକ୍ରମଣ କରିଥିଲେ । କେବଳ ଏତିକି ନୁହେଁ ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଉଭୟଙ୍କୁ ମଲ୍ ଭିତରେ ବନ୍ଦ କରି ରଖିଥିଲେ । ଏହି କାରଣରୁ ଦୀର୍ଘ ସମୟ ଧରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ।
ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଲ ଗୁଡ଼ିକରେ ପାର୍କିଂ ଫି ଆଦାୟ ଉପରେ କଟକଣା ଜାରି କରିଛି । ଏହା ସତ୍ତ୍ବେ ଏସପ୍ଲାନେଡ୍ ତିନିଦିନ ଧରି ପାର୍କିଂ ଫି ଆଦାୟ କରୁଛି । ଏନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ତନାଘନା ହୋଇଥିଲା । କିନ୍ତୁ କର୍ତ୍ତୃପକ୍ଷ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ମଲକୁ ଆସୁଥିବା ଗ୍ରାହକ ଶୋଷଣର ଶିକାର ହୋଇ ଆସୁଛନ୍ତି ।
ତେବେ ଗତକାଲିର ଏହି ଘଟଣାକୁ ନେଇ ସାମ୍ବାଦିକଙ୍କ ସହ ଆଲୋଚନା କରିବା ପରେ ଡିସିପିଙ୍କ ସୂଚନା । ଘଟଣାରେ ସଂପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି । ଏମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ମଲ୍ ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି । ଧାରଣାସ୍ଥଳରେ ଡିସିପି ଅନୁପ କୁମାର ସାହୁ ପହଞ୍ଚି ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking