29.1 C
Bhubaneswar
Wednesday, May 8, 2024
Homeଓଡିଶାଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ପ୍ରଧାନମନ୍ତ୍ରୀ ଖୋଦ୍ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି
– ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି
– ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ପକ୍କା ଘରକୁ ସ୍ଥାନାନ୍ତର ହେବାକୁ ପରାମର୍ଶ
– ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ବିପଦରୁ ରକ୍ଷା ପାଇପାରିବେ ବୋଲି ଆଶା
ନୂଆଦିଲ୍ଲୀ/ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ
ଓଡିଶାବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଫେସବୁକରେ ଏକ ଭିଡିଓ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ଅମ୍ଫାନ ଦାନା ବାନ୍ଧିବା
ଆରମ୍ଭ କରିଛି । ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ସମେତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ପ୍ରଭାବିତ କରିବାର ଭାରତୀୟ
ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି ।
ପ୍ରଧାନମନ୍ତ୍ରୀ ଖୋଦ୍ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି । ଓଡିଶାରେ କରୋନା ମୁକାବିଲାରେ ସମସ୍ତେ ଲାଗିଛନ୍ତି । ଏହା
ଉପରେ ଏହି ବାତ୍ୟାର ବୋଝ ସମସ୍ତଙ୍କ ଉପରେ ଲଦି ହୋଇଛି । ତେବେ ଏହାକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା
ଦ୍ୱାରା ହିଁ ଏହାର ମୁକାବିଲା କରିହେବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା ଓ ଉପକୂଳ
ଓଡିଶାର ୮ଟି ଜିଲ୍ଲା ଯଥା ମୟୂରଭଞ୍ଜ, ଯାଜପୁର , କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ନୟାଗଡ ଜିଲ୍ଲା
ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲାର ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ପ୍ରଧାନ
ପରାମର୍ଶ ଦେଇଛନ୍ତି । ଓଡିଶାବାସୀ ବିଶେଷ ଭାବରେ ସମୁଦ୍ର ଅଂଚଳରେ କଚ୍ଚା ଘରେ ରହୁଥିବା ଲୋକମାନେ ପକ୍କା
ଘରକୁ ସ୍ଥାନାନ୍ତର ହେବାକୁ ସେ ପରାମର୍ଶ ଦେଇଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସାରା ମାନବଜାତି ପ୍ରତି ଅଛି । ଭାରତବର୍ଷର ଏହି ବିପଦ ଘଡିରେ ଓଡିଶା,
ପଶ୍ଚିମବଙ୍ଗ, ବାଂଲାଦେଶରେ ଲୋକଙ୍କର କ୍ଷତି ନହେଉ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ଏହି ବିପଦରୁ
ରକ୍ଷା ପାଇପାରିବା ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking