32.1 C
Bhubaneswar
Friday, April 26, 2024
Homeଓଡିଶାକ୍ଷମତାରେ ହେଉ କିମ୍ବା ବିରୋଧୀ ଭୂମିକାରେ ବିଜେପି ସର୍ବଦା ଜନଜାତିଙ୍କ ବିକାଶ ପାଇଁ ସମର୍ପିତ...

କ୍ଷମତାରେ ହେଉ କିମ୍ବା ବିରୋଧୀ ଭୂମିକାରେ ବିଜେପି ସର୍ବଦା ଜନଜାତିଙ୍କ ବିକାଶ ପାଇଁ ସମର୍ପିତ – ଧର୍ମେନ୍ଦ୍ର ପ୍ରଧାନ

– ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ପାଇଁ କାର୍ଯ୍ୟକର୍ତାମାନେ ଦାୟିତ୍ୱ ନେବା ଉଚିତ୍
– ପ୍ରଧାନମନ୍ତ୍ରୀଙ୍କ କୃଷି ନୀତି ଏବଂ କରୋନା ମୁକାବିଲା ଜନଆନ୍ଦୋଳନକୁ ବ୍ୟାପକ କରିବାକୁ ପଡିବ
ଭୁବନେଶ୍ୱର : ବିଜେପି କ୍ଷମତାରେ ରହୁ କିମ୍ବା ବିରୋଧୀ ଦଳ ଭୂମିକାରେ ସର୍ବଦା ଗରିବ,
ବଂଚିତ ଏବଂ ଜନଜାତିଙ୍କ ବିକାଶ ପାଇଁ ସମର୍ପିତ ରହିବ ବୋଲି ସୋମବାର ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ
ମାଧ୍ୟମରେ ଛତିଶଗଡ କାର୍ଯ୍ୟକାରିଣୀ ବୈଠକରେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଆହ୍ୱାନକୁ ସଠିକ୍ ଭାବରେ କ୍ରିୟାନ୍ୱୟନ କରିବା
ପାଇଁ ଦାୟିତ୍ୱ ନେବାକୁ କାର୍ଯ୍ୟକର୍ତା ମାନଙ୍କୁ ସେ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ନୂଆ କୃଷି ନୀତି କାରଣରୁ ଛତିଶଗଡ ସମେତ ଭାରତବର୍ଷର ସବୁ ଚାଷୀମାନେ ଲାଭବାନ
ହେବେ । ଏହି ନୂଆ ନୀତି ଆସିବା ଦ୍ୱାରା ଚାଷୀମାନେ ଯେକୌଣସି ସ୍ଥାନରେ ନିଜର କୃଷିଜାତ ସାମଗ୍ରୀକୁ ବିକ୍ରି କରି
ନିଜ ହିସାବରେ ସଠିକ୍ ମୂଲ୍ୟପାଇପାରିବେ । ଏହି ନୂଆ କୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧା ପ୍ରଦାନ କରିବ ।
ସେହିପରି ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମିକୁ ମଜବୁତ୍
କରିବ ଏବଂ ଛତିଶଗଡର ଚାଷୀମାନେ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କରିବା କରିବା ସହ ଅନେକ ସୁବିଧା
ପାଇପାରିବେ ।
ପ୍ରଧାନମନ୍ତ୍ରୀଙ୍କ କୃଷି ନୀତିରେ ସଂସ୍କାର କାରଣରୁ ଛତିଶଗଡରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଏବଂ ଲୋକାଲ ଫର୍ ଭୋକାଲ ଭଳି ଉଦ୍ୟମ ଛତିଶଗଡ
ଭଳି ରାଜ୍ୟ ସବୁଠୁ ଅଧିକ ଲାଭ ନେଇପାରିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ କରୋନା ମହାମାରୀର ଘଡିସନ୍ଧି ମୁହୂର୍ତରେ ଗରିବ ଓ ଅସହାୟଙ୍କୁ ଖାଦ୍ୟାନ୍ନ ଦେବା ପାଇଁ ପ୍ରଧାନମନ୍ତ୍ରୀ
‘ଗରିବ କଲ୍ୟାଣ ଯୋଜନା’ ଆରମ୍ଭ କରି ଭାରତ ଓ କରୋନା ମୁକାବିଲାକୁ ମଜବୁତ୍ କରିଛନ୍ତି । ନିକଟରେ
ପ୍ରତିଷେଧକ ଟୀକା ନଆସିବା ପର୍ଯ୍ୟନ୍ତ କରୋନା ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଜନଆନ୍ଦୋଳନ ଆରମ୍ଭ
କରିଛନ୍ତି । ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ଦେଶର ସାଧାରଣ ଜନତାଙ୍କୁ ଠିକ୍ ଭାବରେ ମାସ୍କ ପିନ୍ଧିବା,
ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ଏବଂ ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା
ପାଇଁ ଆହ୍ୱାନ କରିଛନ୍ତି । ତେବେ ଏହି ଜନଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ କାମ
କରିବାକୁ କାର୍ଯ୍ୟକର୍ତା ମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking