29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗପୁଣି ଦାଦନ ମୁହାଁ ପ୍ରବାସୀ ଓଡ଼ିଆ 

ପୁଣି ଦାଦନ ମୁହାଁ ପ୍ରବାସୀ ଓଡ଼ିଆ 

କୋଦଳା : କରୋନା ମହାମାରୀରେ ଜୀବନଜୀବିକା ମୂଲ୍ୟହୀନ ହୋଇ ପଡିବା ସହ ରୋଜଗାର ଚିନ୍ତା ବଢାଇଦେଇଛି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିଶ୍ରୁତିରେ ହଜାର ହଜାର ସଂଖ୍ୟାର ଦାଦନ ଶ୍ରମିକ ନିଜ ରାଜ୍ୟକୁ ଫେରିଥିଲେ । ସେମାନଙ୍କୁ ଏଠାରେ କାମ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ୫ମାସ ଧରି ଚାଲିଥିବା ଲକଡାଉନ, ସଟଡାଉନ କଟକଣା ମଧ୍ୟରେ କୌଣସି ଶ୍ରମ ଭିତ୍ତିକ କାର୍ଯ୍ୟ ଶ୍ରମିକ ପାଇପାରିଲେ ନାହିଁ । ଫଳରେ ପରିବାର ପ୍ରତିପୋଷଣ ପାଇଁ ସେମାନଙ୍କ ଚିନ୍ତା ବଢ଼ିଲା । କାମ ପାଉନଥିବାରୁ ପ୍ରବାସୀମାନଙ୍କ ଜୀବନ ଜୀବିକା ଅତି ସଂକଟାପନ୍ନ ଅବସ୍ଥାକୁ ଆସିଯାଇଛି । ତେଣୁ ନିଜ ଜନ୍ମଭୂମିରେ କୌଣସି ରୋଜଗାର ସମ୍ଭାବନା ନଥିବା ମନେ କରି କରୋନା ମହାମାରୀକୁ ନଡରି ଛାଡି ପୁଣି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି ।  ପ୍ରତିଦିନ ପୁରୁଷୋତ୍ତମପୁରକୁ ବିଭିନ୍ନ ରାଜ୍ୟର ଏକାଧିକ ବସ୍ ଆସି ଶ୍ରମିକମାନଙ୍କୁ ନେଉଥିବା ଦେଖିବାକୁ ମିଳୁଛି । ଗୁରୁବାର ଗୁଜୁରାଟରୁ ୩ଟି, କେରଳରୁ ଗୋଟିଏ ଓ ଚେନ୍ନାଇରୁ ୨ଟି ଏହିପରି ମୋଟ ୬ଟି ବସ୍ ଆସିଥିଲା । ବର୍ତ୍ତମାନ ସୁଦ୍ଧା ପୁରୁଷୋତ୍ତମପୁରରୁ ପ୍ରାୟ ୧ହଜାର ଶ୍ରମିକ ପେଟପାଟଣା ପାଇଁ ଯାଇଥିବା ସୂଚନା ମିଳିଛି । ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିକୁ ପ୍ରାୟ ୨୦ହଜାର ଶ୍ରମିକ ଫେରିଥିଲେ । ଆଜି ମଧ୍ୟ ବାହାର ରାଜ୍ୟରୁ ୩ଟି ବସ୍ ଆସି ଶ୍ରମିକମାନଙ୍କୁ ନେଇଥିବା ଜଣାପଡିଛି ।
ସେହିପରି କୋଦଳା ଠାରୁ ବସ୍‍ ଯୋଗେ ସୁରତକୁ ଶହ ଶହ ସଂଖ୍ୟାରେ ଶ୍ରମିକ ଯାଉଥିବା ଦେଖିବାକୁ ମିଳୁଛି । ବେଗୁନିଆପଡ଼ା ବ୍ଲକରୁ ସୁରତ ଯାଉଥିବା ଶ୍ରମିକଙ୍କ ତାଲିକା ବିଭିନ୍ନ ପଞ୍ଚାୟତର ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚଙ୍କ ପାଖରେ ଅଛି ନା ପ୍ରଶାସନ ପାଖରେ । କାମଧନ୍ଦା ହରାଇ ପ୍ରବାସୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ପୁଣି ସୁରତ ମୁହାଁ ହୋଇଛନ୍ତି । ସେମାନଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ କେତେକ ଦଲାଲ ସକ୍ରିୟ ହୋଇ ଉଠିଛନ୍ତି । ସୁରତ ହିଁ ଆମ ଜୀବନ ଜୀବିକାର କେନ୍ଦ୍ରସ୍ଥଳ ବୋଲି ପ୍ରବାସୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking