29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଗର୍ଭବତୀଙ୍କୁ ଡାକ୍ତରଖାନାରେ ପୂରାଇଲେନି : ବାରଣ୍ଡାରେ ମହିଳାଙ୍କ ପ୍ରସବ, ଶିଶୁପୁତ୍ର ମୃତ

ଗର୍ଭବତୀଙ୍କୁ ଡାକ୍ତରଖାନାରେ ପୂରାଇଲେନି : ବାରଣ୍ଡାରେ ମହିଳାଙ୍କ ପ୍ରସବ, ଶିଶୁପୁତ୍ର ମୃତ

ଫୁଲବାଣୀ: କରୋନା ଟେଷ୍ଟିଂ ରିପୋର୍ଟ ନଥିବା କାରଣରୁ ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନଥିଲା । ମହିଳାଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରିଛନ୍ତି । ତେବେ ପ୍ରସବ ପରେ ମଧ୍ୟ ଚିିକିତ୍ସା ଅବହେଳାରୁ ନବଜାତ ଶିଶୁଟିର ମୃତ୍ୟ ଘଟିଛି । ମହିଳାଜଣଙ୍କର ଅବସ୍ଥା ଗୁରତର ହେବାରୁ ଡାଙ୍କୁ ଅନ୍ୟଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ପାଡାନକେତା ଗ୍ରାମର ଆଶିଷ ପ୍ରଧାନଙ୍କ ପତ୍ନୀ ଯସ୍ମିନ ପ୍ରଧାନ ପ୍ରସବ ପାଇଁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତେବେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି କୁହାଯାଇଥିଲା । ଫଳରେ ମହିଳାଜଣକ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରିଥିଲେ । ସେହି ସମୟରେ ମଧ୍ୟ ଡାକ୍ତରଖାନାର କୌଣସି କର୍ମଚାରୀ ତାଙ୍କ ନିକଟକୁ ଆସିନଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ଏକ ଶିଶୁ ପୁତ୍ର ପ୍ରସବ କରିଥିବା ବେଳେ ଚିକିତ୍ସା ଅବହେଳାରୁ ପ୍ରସବର କିଛି ସମୟ ପରେ ଶିଶୁପୁତ୍ରଟି ମଧ୍ୟ ଆଖିବୁଜି ଦେଇଥିଲା । ମହିଳାଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦିଆଯାଇଥିଲା । ଆଶିଷଙ୍କ ପରିବାର ଲୋକେ ଚିକିତ୍ସା ଅବହେଳାରୁ ତାଙ୍କର ନବଜାତ ଶିଶୁଟିର ମୃତ୍ୟ ଘଟିଛି ବୋଲି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking