33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୁଇଁନ୍ତଳା ବ୍ଲକ ଅଇଁଲାସାରି ଗାଁରେ ତୁମୁଳ କାଣ୍ଡ: ଦୁଇଗୋଷ୍ଠି ଭିତରେ ଲଢେଇ: ପୋଲିସ, ପ୍ରଶାସନର ଦଳିତ...

ପୁଇଁନ୍ତଳା ବ୍ଲକ ଅଇଁଲାସାରି ଗାଁରେ ତୁମୁଳ କାଣ୍ଡ: ଦୁଇଗୋଷ୍ଠି ଭିତରେ ଲଢେଇ: ପୋଲିସ, ପ୍ରଶାସନର ଦଳିତ ମାରଣ ନିତୀ

ବଲାଙ୍ଗିର: ଗତ ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅଇଁଲାସାରି ଗ୍ରାମରେ ଗୋଷ୍ଠି ସଂଘସ ର୍ହୋଇଥିଲ। । ଏହି ଘଟଣାରେ ଗ୍ରାମର କିଛିଲୋକ ଯାଇ ଦଳିତ ପଡାର ପ୍ରାୟ ୩୦ଟି ପରିବାର ଘର ଓ ସାମଗ୍ରିକୁ ନଷ୍ଟ କରି ଦେଇଥିବାବେଳେ ,୨ଜଣ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହୁରି ୧୦ ଜଣଙ୍କୁ ପୁଇଁନ୍ତଳା ପୋଲିସ ଗିରଫ କରି ଗଣ୍ଡଗୋଳ କରୁଥିବା ନେଇ କୋର୍ଟ ଚାଲାଣ କରିଛି । ଅନ୍ୟ ପଟେ ପିଡିତ ଦଳିତମାନଙ୍କ ଘର, ଆସବାବ. ଗାଡି, ସାମାନ ନଷ୍ଟ କରିବା ସହ ମହିଳା ଓ ଶିସୁ ମାନଙ୍କୁ ନିର୍ଯ୍ୟାତନା ଦେବାରେ ପ୍ରାୟ ୪୬ ଜଣଙ୍କ ନାମ ଅଭୀଯୋଗ ହୋଇଥିବା ବେଳେ ପୋଲିସ ପ୍ରଶାସନ ସେମାନଙ୍କୁ ଘଣ୍ଟ ଘୋଡାଇ ରଖୀଥିବା ଅଭୀଯୋଗ ହୋଇଛି ।
ସୁଚନା ରୁ ପ୍ରକାସ ଯେ, କିଛି ଦଳିତ ମହିଳା ଶୌଚ କରୁଥିଲେ , ଏହାକୁ ନେଇ କିଛି ଲୋକ ଅସଭ୍ୟ ଟିପ୍ପଣି କରିଥିଲେ । ଫଲରେ ଦଳିତ ମାନେ ଅଭିଯୋଗ ନେଇ ମୁଖ୍ୟ ବସ୍ତିକୁ ଯାଇ ସରପଞ୍ଚ କୁ ଜଣାଇଥିଲେ । ଏଥିରେ ପ୍ରବଳ ପାଟିତୁଣ୍ଡ ହେଲାପରେ ସରପଞ୍ଚ ଓ ନାଏବ ସରପଞ୍ଚ ରାଗି ଯାଇ ସମସ୍ତେ ମିଶି ସେମାନଙ୍କ ଘର ଦ୍ୱାର ଭାଙ୍ଗି ଦିଅ ଓ ଯେ ବିରୋଧ କରୁଛି ତାକୁ ପ୍ରବଳ ମାଡ ମାର ବୋଲି କହିଥିବା କୁହାଯାଇଛି । ପରେ ପରେ କିଛି ଗ୍ରାମବାସୀ ହରିଜନ ପଡାକୁ ଯାଇ ଅନେକ ଘର ସାମଗ୍ରି ଭଙ୍ଗାରୁଜା କରିବା ସହ ଗାଡି ଗୁଡିକୁ ଚୁରମାର କରିଭାଙ୍ଗି ଦେଇଥିବା ଅବିଯୋଗ କରିଛନ୍ତି ଦଳିତ ପରିବାର ମାନେ । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲ।।
ତେବେ କିଛି ମାସ ହେବ ପୋଲିସ ପ୍ରଶାସନ ନିୟମିତ ଭାବେ ଦଳିତ ମାନଙ୍କ ପ୍ରତି ବୈମାତ୍ରୁକ ମନୋଭାବ ରଖି ଦଳିତ ଆଦିବାସୀଙ୍କୁ ଦମନ କରୁଛନ୍ତି ବୋଲି ଦଳିତ ମଂଛ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ କୁହାଯାଇଛି । ବିଗତ ଦିନରେ ଆଦିବାସି ଘର ଭଙ୍ଗା ଘଟଣା, ପ୍ରମିଳା ହରିପାଲ ମୃତ୍ୟୁ ଘଟଣା ହେଉ କି ଜିତେନ୍ଦ୍ର ସୁନା ମୃତ୍ୟୁ ଘଟଣା ପୋଲିସ ପ୍ରଶାସନ ପ୍ରତିଶୃତି ଦେବା ପରେ ପ୍ରତାରଣା ଦେଇଛି । ଅଭିଯୁକ୍ତଙ୍କୁ ଛାଡି ଦେଇ ଓଲୋଟା ପିଡିତଙ୍କ ଉପରେ ଦାଉ ସାଧୀଛି । ଅଗାମି ଦିନରେ ଯଦି ପୋଲିସ ପ୍ରଶାସନ ତରଫରୁ ଏଭଳି ବ୍ୟବହାର ଜାରି ରହେ ତେବେ ଦଳିତ ମାନେ ଏକ ହୋଇ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି କୁହାଯିବା ସହ ୬ ଦଫା ଦାବୀପତ୍ର ପ୍ରଦାନ କରିଛି । ଅନ୍ୟପଟେ ଅଭୀଯୁକ୍ତ ଗ୍ରାମବାସୀମାନେ ନାଏବ ସରପଞ୍ଚଙ୍କ ନେତୃତ୍ୱରେ ଏସପିଙ୍କୁ ଦେଖାକରି ସେମାନେ ନିର୍ଦ୍ଦୋଷ ଥିବାବେଳେ ଦଳିତ ମାନେ ଅଯଥାରେ ଅଂଚଳରେ ଗୋଳମାଳୀଆ ପରିଶ୍ଥିତି ସୃଷ୍ଟି କରୁଛନ୍ତି ବୋଲି କହିବା ସହ ଏକ ଦାବୀପତ୍ର ପ୍ରଦାନ କରିଥିବା ଖବର ରହିଛି । ତେବେ ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking