29.1 C
Bhubaneswar
Monday, May 6, 2024
Homeଓଡିଶାବିହାରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ 

ବିହାରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ 

ମାଲକାନଗିର : ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ଜଣେ ବ୍ୟକ୍ତି ଫେରିନଥିବା ଅଭିଯୋଗ ହୋଇଛି । ଯେଉଁ ବ୍ୟକ୍ତିଙ୍କ ସହ କାମ କରିବାକୁ ଯାଇଥିଲେ ସେ ଘରକୁ ଚାଲି ଆସିଥିବା ବେଳେ ଇତି ମଧ୍ୟରେ ୮ ମାସ ବିତିଯାଇଛି । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଫେରିନାହାଁନ୍ତି । ଏନେଇ ତାଙ୍କ ପତ୍ନୀ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ୧୦ ଲକ୍ଷ ଟଙ୍କାରେ ସେଠାରେ ବନ୍ଧକ ରଖି ଗାଁକୁ ଚାଲି ଆସିଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ନାଲାଗୁଣ୍ଠିି ପଞ୍ଚାୟତର ଏମ.ଭି-୭୨ ଗ୍ରାମରୁ । ଜିଲ୍ଲାର ଏମ୍‌ଭି-୭୨ ଗ୍ରାମର ରାମା ଶଙ୍କର ଦୁବେ ପ୍ରାୟ ୮ ମାସ ତଳେ ଏମ୍‌ଭି -୭୨ ଗ୍ରାମର କାହ୍ନାଇ ହାରୀ ନାମକ ଜଣେ ବ୍ୟକ୍ତିଙ୍କ ସହ ବିହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । କିଛି ମାସ ତଳେ କାହ୍ନାଇ ଘରକୁ ଫେରି ଆସିଥିବା ବେଳେ ରାମାଙ୍କ ପତ୍ତା ମିଳୁନାହିଁ । ଏ ନେଇ ପତ୍ନୀ ଜ୍ୟୋତି ଦୁବେ ଅନେକ ଥର କାହ୍ନାଇଙ୍କୁ ଭେଟିଥିଲେ ମଧ୍ୟ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ କୌଣସି ସୂଚନା ଦେଉନଥିଲେ । ଏପରିକି ତାଙ୍କୁ ଧମକ ମିଳୁଥିବା ଜ୍ୟୋତି ଅଭିଯୋଗ କରିଛନ୍ତି । ତେବେ ସପ୍ତାହ ତଳେ ରାମା ଫୋନ କରି ପତ୍ନୀଙ୍କ ସହ ଯୋଗାଯୋଗ କରି ରାଜା ସିଂ ନାମକ ଜଣେ ଲୋକ ବନ୍ଦୀ କରି ରଖିବା ସହ ନିର୍ଯାତନା ଦେଉଥିବା ପ୍ରକାଶ କରିଥିଲେ । ଏପରିକି କାହ୍ନାଇ ୧୦ ଲକ୍ଷ ଟଙ୍କାରେ ତାଙ୍କୁ ବନ୍ଧୁକ ରଖି ଗାଁକୁ ଚାଲି ଆସିଥିବା କହିଥିଲେ ବୋଲି ଜ୍ୟୋତି ଅଭିଯୋଗ କରିଛନ୍ତି । ଗତ ମଙ୍ଗଳବାର ଦିନ ରାମାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା ଏହାକୁ ନେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଜ୍ୟୋତି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପତ୍ନୀ ଜ୍ୟୋତି ଏମ.ଭି-୭୯ ଥାନାକୁ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୁଲିସ ତାଙ୍କ ଅଭିଯୋଗ ନ ଶୁଣିବାରୁ ବାଧ୍ୟ ହୋଇ ମାଲକାନଗିରି ମା’ ଘର ସଭାପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପରେ ଏମ.ଭି – ୭୯ ଥାନା ଭାରପ୍ରାପ୍ତ ନିରୀକ୍ଷକ ଅଶୋକ ବିଶୋଇ ଏମ.ଭି -୭୨ ସ୍ଥିତ ରାମାଙ୍କ ଘରକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି । ଅନ୍ୟ ପଟେ କାହ୍ନାଇ ହାରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ରାମାଙ୍କୁ କାମ କରିବାକୁ ନେଇ ନଥିବା ସଫେଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking