30.1 C
Bhubaneswar
Monday, May 6, 2024
Homeଓଡିଶାପାରିଶ୍ରମିକ ନଦେଇ ଶ୍ରମିକଙ୍କୁ ନିର୍ଯାତନା, ଅନାହାରର ୩ ଦିନପରେ ଘରକୁ ଫେରିଲେ ଦାଦନ

ପାରିଶ୍ରମିକ ନଦେଇ ଶ୍ରମିକଙ୍କୁ ନିର୍ଯାତନା, ଅନାହାରର ୩ ଦିନପରେ ଘରକୁ ଫେରିଲେ ଦାଦନ

ସମ୍ବଲପୁର : ପରିବାର ଚଳାଇବା ଚିନ୍ତାରେ ବହୁ ଦୁର୍ବଳ ଆର୍ôଥକ ଶ୍ରେଣୀର ଲୋକେ କାମଧନ୍ଦା ନପାଇ ବିଭିନ୍ନ ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ତେବେ ଗତ ବର୍ଷ ତମାମ କରୋନାର ଦହଗଞ୍ଜ ସେମାନଙ୍କ ହାଲତ ବିଗାଡ଼ି ଦେଇଥିଲା । ମାତ୍ର ବାଧ୍ୟବାଧକ ଜୀବନଜୀବିକା ସଂଘର୍ଷରେ ସମ୍ବଲପୁର ଧମା ଅଞ୍ଚଳର କେତେକ ଶ୍ରମଜୀବୀ ନିଜ ପିଲାଛୁଆଙ୍କୁ ଧରି ଆନ୍ଧ୍ର ପ୍ରଦେଶର କେତେକ ଇଟା ଭାଟିରେ ଦାଦନ ଖଟି ଯାଇଥିଲେ । ମାତ୍ର ହଠାତ୍ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସେମାନଙ୍କ ପାଇଁ କଳାବାଦଲ ସଦୃଶ ହୋଇପଡ଼ିଲା । ଗୋଟିଏ ପଟେ ଇଟାଭାଟି ମାଲିକ କାମବନ୍ଦ କରିଦେବା ସହ ପାରିଶ୍ରମିକ ନ ଦେଇ ସମସ୍ତ ଦାଦନଙ୍କୁ ସେଠାରୁ ତଡ଼ି ଦେଇଥିଲେ । ଭୋକ ଉପାସରେ ୨୮ଟି ପରିବାର ସେଠାରୁ ଆସି ହାଇଦ୍ରାବାଦ ରେଳଷ୍ଟେସନରେ ପହଞ୍ଚିଥିଲେ ମଧ୍ୟ ସମ୍ବଳ ନଥିବାରୁ ଗାଁକୁ ନଫେରି ହତାଶ ହୋଇ ପଡ଼ିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରେଢ଼ାଖୋଲ ବିଧାୟକ ଇ. ରୋହିତ ପୂଜାରୀ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ଜିଲ୍ଲା ପ୍ରଶାସନ ସହାୟତାରେ ହାଇଦ୍ରାବାଦରେ ଫସିଥିବା ସମ୍ବଲପୁର ଧମା ଅଞ୍ଚଳର ୨୮ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇବା ପରେ ଅନାହାରରେ ରହିବାର ୩ ଦିନ ପରେ ଗତକାଲି ସେମାନେ ଏଠାରେ ପହଞ୍ଚି ନିଜ ନିଜ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking