39.1 C
Bhubaneswar
Friday, April 26, 2024
Homeଓଡିଶାଜଗତସିଂହପୁର ଜିଲ୍ଲା ବାର ଅସୋସିଏସନ ତରଫରୁ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର ଜିଲ୍ଲା ବାର ଅସୋସିଏସନ ତରଫରୁ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲା ବାର ଆସୋସିଏସନ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ସାରା ବିଶ୍ୱରେ ଉପୁଜିଥିବା ମହାମାରୀକୁ ଆଖି ଆଗରେ ରଖି ସାମାଜିକ ଦୂରତା ବଳୟ ମଧ୍ୟରେ ବାର ଆସୋସିଏସନ କାର୍ଯ୍ୟଳୟ ପରିସରରେ ଥିବା ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ସଙ୍ଘର ସଭାପତି ଗଗନ ଚନ୍ଦ୍ର ଦାସ , ସମ୍ପାଦକ ନରେଶ ଦାସ , କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ରାଉତ , ଯୁଗ୍ମ ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି , ବରିଷ୍ଠ ଆଡ଼ଭୋକେଟ ଗୋରାଚାନ୍ଦ କାନୁନଗୋ, ରବୀନ୍ଦ୍ରନାଥ ସ୍ବାଇଁ , ଓଜ୍ୱଦିତି ମହାନ୍ତି ପ୍ରମୁଖ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏହି ସଭାରେ ଯୋଗଦେଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଜୟନ୍ତୀ ଉତ୍ସବରେ ସଙ୍ଘର ସମସ୍ତ କର୍ମକର୍ତା ଓ ଓକିଲମାନେ ସାମାଜିକ ଦୂରତ୍ୱ ରକ୍ଷା କରି ମଧୁସୂଦନ ଦାସଙ୍କ ଗୁଣଗାରିମାକୁ ବଖାଣିଥିଲେ । ଶେଷରେ ସଭାପତି ଗଗନ ଦାସ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିବିଶେଷମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking