31.1 C
Bhubaneswar
Tuesday, April 30, 2024
Homeଓଡିଶାସ୍ପେସ୍ ଟେକ୍ନୋଲୋଜି ଇନକ୍ୟୁବେସନ ସେଣ୍ଟର ପାଇଁ ଏନ୍‌ଆଇଆଇଟି ରାଉର୍‌କେଲା ସହିତ ଆଇଏସ୍‌ଆର୍‌ଓର ବୁଝାମଣାପତ୍ର ସ୍ୱାକ୍ଷରିତ

ସ୍ପେସ୍ ଟେକ୍ନୋଲୋଜି ଇନକ୍ୟୁବେସନ ସେଣ୍ଟର ପାଇଁ ଏନ୍‌ଆଇଆଇଟି ରାଉର୍‌କେଲା ସହିତ ଆଇଏସ୍‌ଆର୍‌ଓର ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଆଇଏସ୍‌ଆର୍‌ଓ) ରାଉରକେଲାସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଆଇଟି)ରେ ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରରେ ଉତ୍ପାଦର ବିକାଶ ପାଇଁ ଏବଂ ଅନୁସନ୍ଧାନ ତଥା ଗବେଷଣା ପାଇଁ ସ୍ପେସ୍ ଟେକ୍ନୋଲୋଜି ଇନକ୍ୟୁବେସନ ସେଣ୍ଟର (ଏସ୍‌-ଟିଆଇସି) ପ୍ରତିଷ୍ଠା କରିବ । ଆଇଏସ୍‌ଆର୍‌ଓ ଏବଂ ଏନ୍‌ଆଇଆଇଟି ମଧ୍ୟରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଗୁରୁବାର ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି ଯାହା ଷ୍ଟାର୍ଟ-ଅପଗୁଡ଼ିକୁ ପ୍ରୟୋଗ ଏବଂ ଉତ୍ପାଦ ନିର୍ମାଣ କରିବାରେ ସକ୍ଷମ କରିବ ଏବଂ ଏହା ଭବିଷ୍ୟତରେ ମହାକାଶ ମିଶନରେ ବ୍ୟବହୃତ ହୋଇପାରିବ ।

ଆଇଏସ୍‌ଆର୍‌ଓ ଅଧ୍ୟକ୍ଷ କେ ସିଭାନ୍ କହିଛନ୍ତି, ସ୍ପେସ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ଗବେଷଣା ଏବଂ ଏସ୍‌-ଟିଆଇସିର ଉତ୍ପାଦଗୁଡ଼ିକ ଭବିଷ୍ୟତରେ ସ୍ପେସ୍ ମିଶନରେ ବ୍ୟବହୃତ ହେବ ଏବଂ ସ୍ପେସ୍ ଟେକ୍ନୋଲୋଜି ଏବଂ ଆପ୍ଲିକେସନ ଡୋମେନରେ ‘ଆତ୍ମନିର୍ଭର ଭାରତ ଅଭିଯାନ୍‌’ ମାଧ୍ୟମରେ ଦେଶ ନିର୍ମାଣରେ ସହାୟକ ହେବ । ଛାତ୍ର ତଥା ଅନୁସନ୍ଧାନକାରୀମାନେ ଆଇଏସ୍‌ଆର୍‌ଓ୍ ଦ୍ୱାରା ଦିଆଯାଇଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବେ, ଏନ୍‌ଆଇଆଇଟି ଆଇଏସ୍‌ଆର୍‌ଓର ବିଶେଷଜ୍ଞ ଅଧ୍ୟାପିକ, ଆଇଏସ୍‌ଆର୍‌ଓର ପରାମର୍ଶଦାତା ତଥା ସମ୍ପୃକ୍ତ ଇଣ୍ଡଷ୍ଟ୍ରିରୁ ମାର୍ଗଦର୍ଶନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ଏମଓୟୁ ଅନୁଯାୟୀ, ଏହି ଲକ୍ଷ୍ୟ ପୂରଣ ପାଇଁ ଏନ୍‌ଆଇଆଇଟି ରାଉରକେଲା ଏହାର ଅତ୍ୟାଧୁନିକ ଲାବୋରେଟୋରୀ, ସୁବିଧା ଏବଂ ବିଶେଷଜ୍ଞ ଅଧ୍ୟାପିକ ଯୋଗାଇବ । ସ୍ଥାପନ ହେବାକୁ ଯାଉଥିବା ଏହି ସେଣ୍ଟର୍  ଆଣ୍ଡାମାନ, ଓଡିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଷ୍ଟାର୍ଟଅପ୍‌, ଦକ୍ଷତା ବିକାଶ, ଉଦ୍ଭାବନ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking