28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ଭଲ ରଖିବାକୁ ୧୧ ଦିନ ଛୁଟି

କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ଭଲ ରଖିବାକୁ ୧୧ ଦିନ ଛୁଟି

ନୂଆଦିଲ୍ଲୀ : ଆଜିର ସମୟରେ ବିଶ୍ବର ର ଏକ ବୃହତ ଜନସଂଖ୍ୟା ଶାରୀରିକ ଓ ମାନସିକ ରୋଗରେ ପୀଡିତ। ପୂର୍ବରୁ ଯେଉଁଠି ମାନସିକ ସ୍ବାସ୍ଥ୍ୟକୁ ନେଇ ଖୋଲାଖୋଲି ଭାବରେ ଆଲୋଚନା କରାଯାଇ ନଥିଲା ଏବଂ ଲୋକମାନେ ଏହାକୁ ରୋଗ ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ, ଆଜି ଲୋକମାନେ ଏହା ବିଷୟରେ ଅବଗତ ହେଉଛନ୍ତି। ବିଶ୍ବର ର ବିଭିନ୍ନ ସ୍ଥାନରୁ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ଅନୁଭୂତି ଜଣାଉଛନ୍ତି ଏବଂ ମାନସିକ ସ୍ବାସ୍ଥ୍ୟ ବିଷୟରେ ସଚେତନ ହେବାକୁ ନିବେଦନ କରୁଛନ୍ତି । ଶାରୀରିକ ସମସ୍ୟା ପାଇଁ ଲୋକମାନେ ଅଫିସରୁ ଛୁଟି ନେଇପାରନ୍ତି କିନ୍ତୁ ମାନସିକ ସ୍ୱାସ୍ଥ୍ୟ ପାଇଁ ଛୁଟି ନେବାକୁ କୌଣସି ନିୟମ ନାହିଁ। ବର୍ତ୍ତମାନ ଭାରତୀୟ ଇ-କମର୍ସ କମ୍ପାନୀ ‘ମେଶୋ’ ନିଜର କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ଭଲ ରଖିବା ପାଇଁ ଏକ ସ୍ବତନ୍ତ୍ର ପଲିସି ବାହାର କରିଛି। ମାନସିକ ସ୍ବାସ୍ଥ୍ୟକୁ ଭଲ ରଖିବା ପାଇଁ କମ୍ପାନୀ ବର୍ଷକରେ ୧୧ ଦିନର ଛୁଟି ନିଜର କର୍ମଚାରୀଙ୍କୁ ଦେଉଛି। ଏହି ଛୁଟି ୨୨ ଅକ୍ଟୋବର ୨୦୨୨ ରୁ ୧ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଦିଆଯିବ। କମ୍ପାନୀର କହିବା ଅନୁସାରେ, ଆଜି କାଲି କର୍ମଚାରୀଙ୍କ ଜୀବନରେ ଅବସାଦ ଓ ଅଧିକ କାମ ରହିଥାଏ। ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ମାନସିକ ସ୍ତରରେ ରିସେଟ୍ ଓ ରିଚାର୍ଜ ହେବାକୁ ପଡିବ। କମ୍ପାନୀର ସଂସ୍ଥାପକ ଓ ଚିଫ୍ ଟେକ୍ନୋଲୋଜି ଅଫିସର ସଞ୍ଜୀବ ବରନଓ୍ବାଲ ଟ୍ବିଟରରେ ଏହାର ଘୋଷଣା କରିଛନ୍ତି। ରିସେଟ୍ ଆଣ୍ଡ ରିଚାର୍ଜ ଅନୁଯାୟୀ ମିଳୁଥିବା ଛୁଟିରେ କର୍ମଚାରୀ ଯାହା ଚାହିଁବେ ତାହା କରିପାରିବେ। କୌଣସି ସ୍ଥାନକୁ ଯାତ୍ରା କିମ୍ବା ନିଜ ମନ ପସନ୍ଦର କାମ ମଧ୍ୟ ମଧ୍ୟ କରିପାରିବେ। ୨୦୧୫ ରେ ସ୍ଥାପିତ ହୋଇଥିବା ଏହି କମ୍ପାନୀ ଏହା ପୂର୍ବରୁ ବାଉଣ୍ଡ୍ରିଲେସ୍ ମଡେଲ ଓ ଓ୍ବେଲନେସ୍ ପାଇଁ ଛୁଟି ଘୋଷଣା କରିଥିଲା। କେବଳ ସେତିକି ନୁହେଁ ଜେଣ୍ଡର ନ୍ୟୁଟ୍ରାଲ ଓ ପ୍ୟାରେଣ୍ଟାଲ ଲିଭ୍ ମଧ୍ୟ ଘୋଷଣା କରିସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking