30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମାତ୍ର ୫୦୦ ଟଙ୍କା ପାଇଁ ଶାହରୁଖଙ୍କୁ ଛୁରୀ ଭୁସି ହତ୍ୟା

ମାତ୍ର ୫୦୦ ଟଙ୍କା ପାଇଁ ଶାହରୁଖଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ମାତ୍ର ୫୦୦ ଟଙ୍କା ପାଇଁ ସାଙ୍ଗକୁ ଛୁରି ମାରିଲା ଆଉ ଜଣେ ସାଙ୍ଗ। ଦୁଇ ଜଣ ସାଙ୍ଗ କୌଣସି କଥାକୁ ନେଇ ଗତ ରବିବାର ରାତିରେ କଥା କଟାକଟି ହୋଇଥିଲେ। ଝଗଡା ଏତେ ଜୋରରେ ଥିଲା ଯେ, ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ଛୁରୀ ଭୁସି ମାରିଥିଲା। ଘଟଣା ବିଷୟରେ ପୋଲିସ ଜାଣିବା ପରେ ହସପିଟାଲରେ ପହଞ୍ଚିଥିଲା। ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ସୂଚନା ମୁତାବକ, ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ସଲମାନ ଏବଂ ଶାହରୁଖ ନାମକ ଦୁଇ ଜଣ ସାଙ୍ଗ ଥିଲେ। ଦୁହେଁ ମିଶିକରି ଡ୍ରଗ୍ସ ନେଉଥିଲେ। ଶାହାରୁଖ ସଲମାନଙ୍କୁ ଡ୍ରଗ୍ସ ପାଇଁ ୫୦୦ ଟଙ୍କା ଦେଇଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ସଲମାନ ପ୍ରତିଶୋଧ ପରାୟଣ ହୋଇ ଶାହରୁଖଙ୍କୁ ଛୁରୀ ଭୁସିଦେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ପୋଲିସ ସଲମାନଙ୍କୁ ଜାଫରାବାଦ ମେଟ୍ରୋ ଷ୍ଟେସନ ପାଖରୁ ଗିରଫ କରିଥିଲା। ତା’ ପରେ ନିଜର ଦୋଷ ସ୍ୱୀକାର କରିଥିଲେ ସଲମାନ। ଏହି ମାମଲାରେ ଶାହରୁଖଙ୍କ ଭଉଣୀ କହିଛନ୍ତି, ଶାହରୁଖଙ୍କୁ ରବିବାର ଦିନ ରାତି ୮ଟାରେ ଆଖପାଖରେ ସଲମାନ ଡାକି ନିଜ ସାଥିରେ ନେଇଯାଇଥିଲେ। ଦୁହିଁଙ୍କ ମଧ୍ୟରେ ୫୦୦ ଟଙ୍କାକୁ ନେଇ ଝଗଡା ହୋଇଥିଲା। ଫଳରେ ସଲମାନ ଶାହରୁଖଙ୍କ ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିଳମ୍ବିତ ରାତି ଯାଏଁ ଶାହରୁଖ ଘରକୁ ଫେରିନଥିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଣେ ମହିଳା ଶାହରୁଖଙ୍କ ଘରକୁ ଆସି ଏହି ଖବର ଦେଇଥିଲେ। ତେବେ ଶାହରୁଖଙ୍କ ପରିବାର ଲୋକ ତାଙ୍କୁ ନେଇ ହସପିଟାଲରେ ପହଞ୍ଚିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking