30.1 C
Bhubaneswar
Friday, April 26, 2024
Homeଓଡିଶାଦୁର୍ଘଟଣା ରୋକାଯିବା ନେଇ ମକ୍‌ଡ୍ରିଲ୍‌

ଦୁର୍ଘଟଣା ରୋକାଯିବା ନେଇ ମକ୍‌ଡ୍ରିଲ୍‌

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରସ୍ଥ ଟାଟା ଭୁଷଣ ଷ୍ଟିଲ୍ ପ୍ଲାଣ୍ଟରେ ଆପତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏକ ମକ୍‌ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ପ୍ଲାଣ୍ଟ ପରିସରରେ ଥିବା ଏଲ୍ଡି ଗ୍ୟାସ୍ ହୋଲଡରରୁ ଗ୍ୟାସ୍ ନର୍ଗମନ ହେଲେ ଏଥିରୁ କିପରି ଦୁର୍ଘଟଣା ଏଡାଯାଇପାରିବ ସେ ନେଇ ମକ୍‌ଡ୍ରିଲ୍ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲା କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ ପରାମର୍ଶ ଆଧାରରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଢେଙ୍କାନାଳ ଜୋନ କାରଖାନା ଏବଂ ବାଷ୍ପିତ ବିଭାଗ ଉପନିର୍ଦେଶକ ସୁଧାଂଶୁ ସାହୁ କର୍ମଶାଳାରେ ଯୋଗଦେଇ ଜରୁରୀକାଳିନ ପରିସ୍ଥିତିର ମୁକାବିଲା କରିବା ଲାଗି ଉଚ୍ଚସ୍ଥରୀୟ ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ନିଜ କାରଖାନାରେ ଏଭଳି ମକ୍‌ଡ୍ରିଲ ଆୟୋଜନ କରିବା ପାଇଁ ସେ ଜିଲ୍ଲା କ୍ରାଇସିସ୍ ଗ୍ରୁପର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏହି ମକ୍‌ଡ୍ରିଲରେ କଣ୍ଟାବଣିଆ ଥାନା ଅଧିକାରୀ ନରିଞ୍ଜନ ସେଠୀ, ରାଜ୍ୟପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ୍ୟ ସୌମେନ୍ଦ୍ର ମହାନ୍ତି, ହିନ୍ଦୋଳ ରୋଡ ଅଗ୍ନିଶମ ଅଧିକାରୀ ସୁମନ୍ତ କେ. ଖୁମାରୀ ସମେତ ଜିଲ୍ଲାରେ ଅବସ୍ତିତ ସମସ୍ତ କଂପାନୀର ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking