27.1 C
Bhubaneswar
Tuesday, May 7, 2024
Homeଓଡିଶା୫୬ ନଂ ଜିଲ୍ଲାପରିଷଦ ଜୋନ ଉପନିର୍ବାଚନ ପାଇଁ ଆଜି ଶେଷ ତାରିଖରେ ସବୁ ଦଳୀୟ ଓ...

୫୬ ନଂ ଜିଲ୍ଲାପରିଷଦ ଜୋନ ଉପନିର୍ବାଚନ ପାଇଁ ଆଜି ଶେଷ ତାରିଖରେ ସବୁ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ମୟୂରଭଞ୍ଜ(ଘାସିରାମ ବେହେରା) : ଆଗାମୀ ଫେବୃଆରୀ ୧୧ ତାରିଖରେ ମୟୁରଭଞ୍ଜଜିଲ୍ଲା ସାରସକଣା ବ୍ଲକ ଜିଲ୍ଲାପରିଷଦ ୫୬ନଂ ଜୋନରେ ହେବ ଉପନିର୍ବାଚନ। ନାମାଙ୍କନ ପତ୍ରଦାଖଲର ଆଜି ସୋମବାର ଶେଷ ତାରିଖରେ ବିଜେଡି, ବିଜେପି, କଂଗ୍ରେସ, ଜେ.ଏମ.ଏମ ପକ୍ଷରୁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କୁଡୁମି ସେନା ପକ୍ଷରୁ ସ୍ୱାଧୀନ ଭାବରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ବିଭିନ୍ନ ଦଳର ପ୍ରାର୍ଥୀ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ମୁତାବକ ଗତ ଜିଲ୍ଲାପରିଷଦ ନିର୍ବାଚନ ବେଳେ ୧୪,୭୦୧ଭୋଟରୁ ପ୍ରାୟ ୧୦ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ମହାନ୍ତଙ୍କ ଦେହାନ୍ତ ପରେ ହେଉଛି ଉପନିର୍ବାଚନ। ସାରସକଣା ବିଧାନସଭା ଆସନ ବିଜେପି ଦଖଲରେ ଥିବା ବେଳେ ଏହି ଉପନିର୍ବାଚନକୁ ଗମ୍ଭୀରତାର ସହ ନେଇଛି ବିଜେଡି। ସ୍ୱର୍ଗତଃ ମହାନ୍ତଙ୍କ ପୁତ୍ର ଇଂ ତୁଷାରେନ୍ଦୁ ମହାନ୍ତଙ୍କୁ ଦଳୀୟପ୍ରାର୍ଥୀ ଭାବେ ମନନୀତ କରି ବିଜେଡି ଟିକଟ ଦେଇଛି। ସେହିପରି ବିଜେପିରୁ ବଂଶୀଧର ବେରା , ଜେ.ଏମ.ଏମ ପକ୍ଷରୁ ପ୍ରଦୀପ କୁମାର ମହାନ୍ତ ଓ କଂଗ୍ରେସ ଦଳରୁ ଚିତ୍ତବିକାଶ ମହାପତ୍ର ଓ ସ୍ୱାଧୀନପ୍ରାର୍ଥୀ ଭାବେ ବିଶ୍ୱନାଥ ମହାନ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ତେବେ ସାରସକଣା ବ୍ଲକର ୫୬ନଂ ଜିଲ୍ଲାପରିଷଦ ଜୋନ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଏବେ ଏହି ଆସନ କିଏ ନେବ ଦଖଲକୁ, ତାକୁନେଇ ବିଜେପି ବିଜେଡି ପକ୍ଷରୁ ନୂଆ ନୂଆ ରଣକୌଶଳର ଆରମ୍ଭ ହୋଇଯାଇଛି ପ୍ରୟୋଗ। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ଦଳ ପାଇଁ ୫୬ନଂ ଜିଲ୍ଲା ପରିଷଦ ଜୋନ ଏବେ ଆହ୍ୱାନ ସୃଷ୍ଟି କରିବାକୁ ଯାଉଥିବା ବେଳେ କୁଡୁମିସେନା ପକ୍ଷରୁ ମଇଦାନରେ ପ୍ରାର୍ଥୀ ଉଭାହେବା ବିଜେପି ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବାକୁ ଯାଉଛି। ଅନ୍ୟପଟେ ନାମାଙ୍କନପତ୍ର ଦାଖଲ ପାଇଁ ଆସିଥିବା ବିଜେଡି ପ୍ରାର୍ଥୀଙ୍କ ସହ ଉପସ୍ଥିତ ରହିଥିବା ବାଙ୍ଗିରିପୋଷି ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଦୃଢ଼ତାର ସହ ବିଜେଡି ପ୍ରାର୍ଥୀ ବିଜୟୀ ହେବାର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking