36.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଆମାଜନ ପ୍ରାଇମ ମେମ୍ବର୍ସଙ୍କ ପାଇଁ ରିପବ୍ଲିକ ଡେ ସେଲ ଆରମ୍ଭ

ଆମାଜନ ପ୍ରାଇମ ମେମ୍ବର୍ସଙ୍କ ପାଇଁ ରିପବ୍ଲିକ ଡେ ସେଲ ଆରମ୍ଭ

ନୂଆଦିଲ୍ଲୀ: ଆମାଜନ ଗ୍ରେଟ ରିପବ୍ଲିକ ଡେ ସେଲର ଆରମ୍ଭ ଆଜିଠାରୁ ପ୍ରାଇମ ସଦସ୍ୟଙ୍କ ପାଇଁ କରାଯାଇଛି । ଅନ୍ୟପଟେ ସବୁ ଗ୍ରାହକଙ୍କ ପାଇଁ ଏହି ସେଲ ଆରମ୍ଭ ଜାନୁଆରୀ ୨୦ରୁ ହେବ । ତେବେ ଏହି ସେଲ ୨୩ ଜାନୁୟାରୀ ପର୍ଯ୍ୟନ୍ତ ଜାରି ରହିବ । ଏହି ସେଲରେ ଅନେକ ପ୍ରଡକ୍ଟ ଉପରେ ଡିଲ୍ସ ଓ ଡିସକାଉଣ୍ଟ ଦିଆଯାଉଛି । ମାତ୍ର ବର୍ତମାନ ଏହାକୁ କେବଳ ପ୍ରାଇମ ସଦସ୍ୟ ଆକ୍ସେସ କରିପାରିବେ । ସେଲରେ ଏସବିଆଇ କ୍ରେଡିଟ କାର୍ଡ ଓ କ୍ରେଡିଟ ଇଏମଆଇ ଉପରେ ୧୦ ପ୍ରତିଶତ ଇନଷ୍ଟାଣ୍ଟଡିସକାଉଣ୍ଟ ଦିଆଯାଉଛି । ଏହାସହିତ ଗ୍ରାହକମାନେ ନୋକଷ୍ଟ୍ ଇଏମଆଇ ଅପ୍ସନର ବି ଲାଭ ଉଠାଇପାରିବେ । ତାହେଲେ ଚାଲନ୍ତୁ ଜାଣିବା କିଛି ବେଷ୍ଟ ସ୍ମାର୍ଟ ଫୋନ ଡିଲ୍ସ ବିଷୟରେ ।
ଖବର ମୁତାବକ, ଓାନପ୍ଲସ ୮ଟିକୁ ୪୦ ହଜାର ୪୯୯ ଟଙ୍କାରେ ଆପଣ କିଣିପାରିବେ । ଏହା ସହିତ ନୋ କଷ୍ଟ ଇଏମଆଇ ଅପ୍ସନ ବି ଗ୍ରାହକଙ୍କୁ ଦିଆଯାଉଛି । ଏହିଭଳି ଗାଲାକ୍ସି ଏମ୫୧ର ବିକ୍ରି ୨୦ ହଜାର ୯୯୯ ରହିଛି । ଏହି ଫୋନ ୭୦୦୦ଏମଏଏଚର ବ୍ୟାଟେରୀ ସହିତ ଆସୁଛି । ଆଇଫୋନ ୧୨ ମିନି କଥା ଯଦି କହିବା, ସେଲରେ ଏହାର ଏକ୍ସଚେଂଜ ଅଫର ଓ ଏଚଡିଏଫସି ବ୍ୟାଙ୍କ କାର୍ଡ ଅଫର ମିଶାଇ ୪୮ ହଜାର ୯୦୦ ଟଙ୍କାରେ କିଣିପାରିବେ । ଆମାଜନ ଗ୍ରେଟ ରିପବ୍ଲିକ ସେଲରେ ରେଡମି ନୋଟ ୯ ପ୍ରୋକୁ ୧୨ ହଜାର ୯୯୯ରେ କିଣାଯାଇପାରିବ । ଏହାସହିତ ଏକ୍ସଚେଂଜ ଉପରେ ଅତିରିକ୍ତ ୨ ହଜାର ଟଙ୍କାର ରିହାତି ମଧ୍ୟ ଗ୍ରାହକଙ୍କୁ ମିଳିବ । ସେହିଭଳି ଓାନପ୍ଲସ ୮ ପ୍ରୋକୁ ପ୍ରତିଦିନ ୯୯ ଟଙ୍କା ଇଏମଆଇ ରେ ଆପଣ କିଣିପାରିବେ । ଆମାଜନ ସେଲରେ ୫୦୦୦ଏମଏଏଚ ବ୍ୟାଟେରୀ ଓ ୧୩ ଏମପି ରିୟର କ୍ୟାମେରାଯୁକ୍ତ ରେଡମି ୯ଏକୁ ୬୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ସେହିଭଳି ଓାନପ୍ଲସ ୭ଟି ପ୍ରୋକୁ ଗ୍ରାହକ ୩୮୯୯୯ ଟଙ୍କାରେ କିଣିପାରିବେ । ରେଡମି ନୋଟ ୯ ପ୍ରୋ ମାକ୍ସ କୁ ଆମାଜନ ସେଲରେ ୧୪୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking