29.1 C
Bhubaneswar
Monday, May 6, 2024
Homeଓଡିଶାମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା : ଗଣିତରେ ୮ ଏମ୍‌ପି, ୩୪୬୧ ଅନୁପସ୍ଥିତ

ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା : ଗଣିତରେ ୮ ଏମ୍‌ପି, ୩୪୬୧ ଅନୁପସ୍ଥିତ

କଟକ:  ମାଧ୍ୟମିକ ଶିକ୍ଷା କରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଓ ଷ୍ଟେଟ୍ ଓପନ ସ୍କୁଲ୍ ପରୀକ୍ଷାର ଆଜି ତୃତୀୟ ଦିନ ଗଣିତ ପରୀକ୍ଷା ଶେଷ ହୋଇଛି । ତେବେ ଏହି ପରୀକ୍ଷାରେ ୧୧ହଜାର ୬୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩ ହଜାର ୪୬୧ ଜଣ ଅନୁପସ୍ଥିତ ଥିବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପରୀକ୍ଷାରେ କପି କରିବା ସମୟରେ ସ୍କ୍ୱାଡ୍ ହାତରେ ୮ ଜଣ ପରୀକ୍ଷାର୍ଥୀ ଧରାପଡ଼ି ଏମ୍‌ପି ହୋଇଛନ୍ତି । ଅନ୍ୟପକ୍ଷରେ ଅଫ୍‌ଲାଇନ୍ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି ଏବେ ଦିନକୁ ଦିନ ବୃଦ୍ଧିପାଇଛି । ପ୍ରଥମ ଦିନ ସାହିତ୍ୟ ପରୀକ୍ଷାରେ ୨୯୪୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ ଦ୍ୱିତୀୟ ଇଂରାଜୀ ପରୀକ୍ଷାରେ ପ୍ରାୟ ୩ ହଜାର ୨ ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ।

ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଯେଉଁମାନେ ଏହି ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରି ଗୋଟିଏ ପରୀକ୍ଷା ଦେଇ ଅନ୍ୟ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି ସେମାନେ ପୂର୍ବ ପରୀକ୍ଷାରେ ପାସ୍ କରିଥିଲେ ମଧ୍ୟ ଚଳିତ ପରୀକ୍ଷାରେ ଅନୁପସ୍ଥିତ କାରଣକୁ ନେଇ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଫେଲ୍ ଧରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ବାବଦରେ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ଫର୍ମ ପୂରଣ ପୂର୍ବରୁ ବିଭିନ୍ନ ଫୋରମ୍‌ରେ ଅବଗତ କରାଯାଇଥିଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି । ପୂର୍ବ ନିଷ୍ପତ୍ତି କାଏମ୍ ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking