33.1 C
Bhubaneswar
Friday, April 26, 2024
Homeଓଡିଶାଉପସ୍ଥିତି ଜାହିର କଲା ଲାଲବାହିନୀ, ଘୁନୁସର ସାପ୍ତାହିକ ବଜାରରେ ଲାଗିଲା ତିନୋଟି ମାଓ ବ୍ୟାନର

ଉପସ୍ଥିତି ଜାହିର କଲା ଲାଲବାହିନୀ, ଘୁନୁସର ସାପ୍ତାହିକ ବଜାରରେ ଲାଗିଲା ତିନୋଟି ମାଓ ବ୍ୟାନର

ଖପ୍ରାଖୋଲ : ଉପସ୍ଥିତି ଜାହିର କଲେ ଲାଲବାହିନୀ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନୁସର ଏବଂ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଛି। ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ଏହି ମାଓ ବ୍ୟାନର ଗୁଡ଼ିକ ଲେଖାଯାଇଛି। ରବିବାର ମଧ୍ୟରାତ୍ରୀରେ ଏହି ବ୍ୟାନର ଗୁଡ଼ିକ ମରାଯାଇଥିବା ଅନୁମାନ କରାଯାଉଛି। ସୂଚନାନୁଯାୟୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ତମ ପ୍ରତିଷ୍ଠା ଦିବସକୁ ଗାଁ ଗାଁରେ ଧୁମଧାମ୍‌ରେ ପାଳନ କରିବା ପାଇଁ ଏହି ମାଓ ବ୍ୟାନରରେ ଉଲ୍ଲେଖ କରାଯାଇଛି।

ଏହା ସହ ପାର୍ଟିର ସମାଧାନ ପ୍ରହାର ଆକ୍ରମଣରୁ ପାର୍ଟିକୁ ବଞ୍ଚାଇ ରଖିବାକୁ, ପାର୍ଟିକୁ ଧୋକା ଦେଇ ପୁଲିସକୁ ସୂଚନା ଦେଉଥିବା ସୂଚନା ଦାତାକୁ ପ୍ରଜା କୋର୍ଟରେ ଦଣ୍ଡିତ କରିବାକୁ, ପୁଲିସ ଓ ପୁଲିସ ସୂଚନା ଦାତାଙ୍କୁ ଗାଁରୁ ତଡି ଦେବାକୁ, ସମସ୍ତ ଜେଲରେ ଥିବା ମାଓବାଦୀ କଏଦୀମାନଙ୍କୁ ରାଜନୈତିକ କଏଦୀର ମାନ୍ୟତା ଦେବାକୁ, ଜେଲରେ ବନ୍ଦ ଥିବା ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ, ବଲାଙ୍ଗୀରରେ ନିର୍ମଳାକୁ ମାଓବାଦୀ ସମର୍ଥନ ନାଁରେ ଗିରଫ କରିଥିବା ଦୁର୍ଜନକୁ ବିନା ପେଶିରେ ଛାଡି ଦେବାକୁ, ବଲାଙ୍ଗୀର, ପାଟଣାଗଡ଼, ସମ୍ବଲପୁର ଜେଲରେ ଥିବା ସମସ୍ତ ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ ମାଓବାଦୀମାନେ ଦାବି କରିଛନ୍ତି। ତେବେ ଏହି ବ୍ୟାନରର ଶେଷରେ ବିବିଏମ ଡିଭିଜନାଲ କମିଟି ସେପ୍ଟେମ୍ବର ୨୧ ଓ ୧୩/୯/୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking