32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଇଡି ରାଡାର୍‌ରେ ବହୁ ବିରୋଧୀ ନେତା

ଇଡି ରାଡାର୍‌ରେ ବହୁ ବିରୋଧୀ ନେତା

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଡାର୍‌ରେ ଦେଶର ବହୁ ବିରୋଧୀ ଦଳ ନେତା ରହିଛନ୍ତି । ଏହା ମଧ୍ୟରେ କେତେଜଣ ଇଡି କଷ୍ଟଡିରେ ଥିବାବେଳେ ଅନ୍ୟ କେତେକଙ୍କୁ ଏଜେନ୍ସି ଜେରା ଚଳାଇଛି । ଏହି ନେତାମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଶିବସେନା ନେତା ସଞ୍ଜୟ ରାଉତ, ପଶ୍ଚିମବଙ୍ଗର ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଅନ୍ୟତମ । ସଞ୍ଜୟ ରାଉତ- ରାଜ୍ୟସଭା ସାଂସଦ ତଥା ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କୁ ନିକଟରେ ଇଡି ପାତ୍ରା ଚାଲ୍ ଜମି ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ସମ୍ପୃତି ଅଭିଯୋଗରେ ଗିରଫ କରିଛି । ତାଙ୍କ ଘରୁ ଚଢ଼ଉ ବେଳେ ଇଡି ୧୧.୫ ଲକ୍ଷ ଟଙ୍କା ଜବତ ମଧ୍ୟ କରିଥିଲା । ତଦନ୍ତରେ ସହାୟତା କରୁନଥିବା ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଥିବା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ।

ସୋନିଆ ଗାନ୍ଧୀ- ନାସ୍‌ନାଲ୍ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦୁଇଥର ଜେରା କରିସାରିଛି। ନାସ୍‌ନାଲ୍ ହେରାଲ୍ଡକୁ ଅଧିଗ୍ରହଣ କରିଥିବା ୟଙ୍ଗ୍ ଇଣ୍ଡିଆନ୍ କମ୍ପାନୀର ଆର୍ଥିକ ଅନିୟମିତତା ନେଇ ସୋନିଆଙ୍କୁ ଏଜେନ୍ସି ପ୍ରଶ୍ନ କରିଥିଲା । ଏହି ମାମଲାରେ ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଇଡି ଜୁନ୍‌ରେ ୫ ଦିନ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସମୟ ଜେରା କରିଥିଲା । ପାର୍ଥ ଚାଟାର୍ଜୀ- ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତ ଘୋଟାଲାରେ ଇଡି ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିୀଫ କରିଛି । ଏହି ମାମଲାରେ ଚଢ଼ଉ ବେଳେ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ୍‌ରୁ ଇଡି ୫୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ।

ଅଭିଷେକ ବାନାର୍ଜୀ- ତୃଣମୂଳକ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଇଡି ସ୍କାନର୍‌କୁ ଆସିଛନ୍ତି । ରାଜ୍ୟରେ ହୋଇଥିବା କୋଇଲା ଦୁର୍ନୀତିରେ ତାଙ୍କୁ ଜେରା ମଧ୍ୟ କରାଯାଇଥିଲା । ଏଜେନ୍ସି ପିଏମ୍‌ଏଲ୍‌ଏରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା । ସତ୍ୟେନ୍ଦ୍ର ଜୈନ- ଏକ ମନି ଲଣ୍ଡରିଂ ମାମଲାରେ ୨୦୧୭ରେ ସିବିଆଇ ରୁଜୁ କରିଥିବା ମାମଲାକୁ ଭିତ୍ତିକରି ଇଡି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମେ ୩୦ ତାରିଖରେ ଗିରଫ କରିଛି ।

ମନି ଲଣ୍ଡରିଂ ମାଧ୍ୟମରେ ସେ ଦିଲ୍ଲୀରେ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଚରଣଜିତ୍ ସିଂହ ଚନ୍ନି- ଚଳିତ ବର୍ଷ ଏପ୍ରିଲ୍‌ରେ ଇଡି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନିକୁ ଜେରା କରିଥିଲା । ୨୦୧୮ ଅବୈଧ ବାଲିଖଣି ମାମଲାରେ ଜାନୁଆରୀରେ ତାଙ୍କ ପୁତୁରା ଭୂପିନ୍ଦର ସିଂ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଚଢ଼ଉ ପରେ ଇଡି ତାଙ୍କୁ ଜେରା କରିଥିଲା । ଫାରୁକ୍ ଅବ୍‌ଦୁଲ୍ଲାହ- ଜମ୍ମୁ-କଶ୍ମୀର କ୍ରିକେଟ୍ ସଂଘର ୧୧୩ କୋଟି ଟଙ୍କା ଅନିୟମିତତାରେ ପୂର୍ବତନ ଜମ୍ମ-କଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍‌ଦୁଲ୍ଲାହ ମଧ୍ୟ ନିକଟରେ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ନୱାବ ମଲିକ୍‌- ମନି ଲଣ୍ଡରିଂ ମାମଲାରେ ଗ୍ୟାଙ୍ଗ୍‌ଷ୍ଟର ଦାଉଦ୍ ଇବ୍ରାହିମ୍ ଏବଂ ତାଙ୍କ ସହଯୋଗୀଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ନାସ୍‌ନାଲିଷ୍ଟ୍ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ନୱାବ୍ ମଲିକ୍‌ଙ୍କୁ କିଛିଦିନ ତଳେ ଇଡି ଗିରଫ କରିଥିଲା । ଏହି ମାମଲାରେ ଇଡି ତାଙ୍କ ବିରୋଧରେ ଇଡି ୫୦୦୦ ପୃଷ୍ଠାର ଚାର୍ଜଶିଟ୍ କୋର୍ଟରେ ଦାଖଲ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking