28.1 C
Bhubaneswar
Friday, May 3, 2024
Homeଓଡିଶାହସ୍ପିଟାଲ ଛାତରୁ ଡେଇଁଲେ ଯୁବକ

ହସ୍ପିଟାଲ ଛାତରୁ ଡେଇଁଲେ ଯୁବକ

ଢେଙ୍କାନାଳ : ହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ହସ୍ପିଟାଲ ରପଂଚମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର ପରେ ହସ୍ପିଟାଲ ରେ ଯୁବକଙ୍କ ଚିକିତ୍ସା ଚାଲିଛି । ଆତ୍ମହତ୍ୟା କରିଥିବା ଯୁବକ ପରଜଙ୍ଗ ଅଂଚଳର ଚନ୍ଦନ ନାୟକ । ଘରେ ଆତ୍ମହତ୍ୟା ଉଦ୍ୟମ କରି ସକାଳେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ବେକ ଓ ହାତ କାଟି ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ କୌଣସି କାରଣକୁ ନେଇ ଚନ୍ଦନ ନାୟକ ଆଜି ସକାଳେ ନିଜ ଘରେ ଥିବା ବେଳେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚନ୍ଦନଙ୍କର ଚିକିତ୍ସା ଜାରି ଥିଲା। ତେବେ ହସ୍ପିଟାଲର ବେଡରୁ ଚନ୍ଦନ କୌଣସି ପ୍ରକାରରେ ଖସି ଯାଇ ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍ ଉଠି ପଳାଇଥିଲେ। ସେ ଡାକ୍ତରଖାନାର ପଞ୍ଚମ ମହଲାରୁ ଡେଇଁ ପଡିଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ତେବେ ଚନ୍ଦନଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଢେଙ୍କାନାଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି।କେଉଁ କାରଣ ପାଇଁ ସେ ବାରମ୍ଵାର ଏଭଳି ଉଦ୍ୟମ କରିଛନ୍ତି ତାହା ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking