29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶକାର ସହ ଘସି ହୋଇଗଲା ଇ-ରିକ୍ସା, ଚାଳକଙ୍କୁ ୧୭ ଥର ଚାପୁଡା ମାରିଲେ ମହିଳା

କାର ସହ ଘସି ହୋଇଗଲା ଇ-ରିକ୍ସା, ଚାଳକଙ୍କୁ ୧୭ ଥର ଚାପୁଡା ମାରିଲେ ମହିଳା

ନୂଆଦିଲ୍ଲୀ: ନୋଏଡାରେ କାର ସହ ଇ-ରିକ୍ସା ସାମାନ୍ୟ ଲାଗି ଯିବା ପରେ ଜଣେ ମହିଳା ଜୋରଦାରା ହଙ୍ଗାମା କରିଛନ୍ତି । ମହିଳା ନିଜର ସବୁ ହିତାହିତ ଜ୍ଞାନକୁ ଭୁଲି ଇ-ରିକ୍ସା ଚାଳକଙ୍କୁ ଗାଳିଗୁଳଜ କରିଥିଲେ । କେବଳ ଏତିକି ନୁହେଁ ମହିଳା ଜଣକ ଇ-ରିକ୍ସା ଚାଳକଙ୍କୁ ଗୋଟିଏ ପରେ ଗୋଟିଏ ୧୭ଟି ଚାପୁଡା ମାରିଥିଲେ । ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର ଟ୍ୱିଟରରେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଜଣେ ଗରିବକୁ ଏହିପରି ପିଟିବା କେଉଁ ପ୍ରକାର ନ୍ୟାୟ । ଜଣେ ମହିଳା ମଝି ରାସ୍ତାରେ ରିକ୍ସା ଚାଳକଙ୍କୁ ପିଟୁଛନ୍ତି, ଅସଭ୍ୟ ଭାଷାରେ ଗାଳି ଦେଉଛନ୍ତି । ରିକ୍ସା ଚାଳକଙ୍କ ହୁଏତ କିଛି ଭୁଲ ଥାଇପାରେ, କିନ୍ତୁ ଜଣେ ମହିଳାଙ୍କ ହୃଦୟ ମମତାରେ ଭରି ରହିଥାଏ, ସେ କିପରି ଏହା କରିପାରିବେ । ନୋଏଡା ପୋଲିସ ଏହା ଉପରେ ସଜ୍ଞାନ ନେବା ଜରୁରୀ, ଏହି ଗରିବ ବି ଜଣେ ମଣିଷ’ । ସୂଚନା ଅନୁସାରେ, ଏହି ଘଟଣା ନୋଏଡା ଫେଜ-୨ର ସେକ୍ଟର ୧୧୦ ସ୍ଥିତ ବଜାରରେ ଘଟିଛି । ଭିଡିଓରେ ଦେଖିବାକୁ ମିଳୁଛି ମହିଳା ଜଣଙ୍କ ପ୍ରାୟ ଏକ ମିନିଟ ଯାଏ ରିକ୍ସା ଚାଳକଙ୍କୁ ଚାପୁଡା ମାରି ଚାଲିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking