29.1 C
Bhubaneswar
Monday, May 6, 2024
Homeଓଡିଶାଜୁମଡ଼ାଙ୍ଗ ଉପରେ ଆନ୍ଧ୍ର ନଜର

ଜୁମଡ଼ାଙ୍ଗ ଉପରେ ଆନ୍ଧ୍ର ନଜର

ମାଲକାନଗିର:  କୋରାପୁଟ ଜିଲ୍ଲାର କୋଟିଆ ଭଳି ପରିସ୍ଥିତି ସୃଷ୍ଟିହୋଇଛି ମାଲକାନଗିରି ଜିଲ୍ଲାରେ । ପୁଣି ଏକ ଗ୍ରାମକୁ ଆନ୍ଧ୍ର ହାତେଇବାକୁ ଯୋଜନା ଆରମ୍ଭ କରିଛି । ଏହି ଗ୍ରାମକୁ ଯିବାକୁ ଏକ ପକ୍କା ରାସ୍ତା ନଥିବା ବେଳେ ଏହାର ସୁବିଧା ନେଇ ଆନ୍ଧ୍ର ସରକାର ସମସ୍ତ ସରକାରୀ ସୁବିଧା ପ୍ରଦାନ କରି ତାହାକୁ ହାତେଇବାକୁ ଯୋଜନା ଆରମ୍ଭ କରିଛନ୍ତି । ଏହି ଗ୍ରାମ ହେଉଛି, ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମ । ଏହି ଗ୍ରାମ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଥିବା ବେଳେ ଗ୍ରାମକୁ ଯିବାକୁ କୌଣସି ପକ୍କା ରାସ୍ତା ନାହିଁ । ଲିମାତାଙ୍ଗ ଗ୍ରାମରୁ କୋତାବାରୀ ଓ ଚିତାଙ୍ଗ ଦେଇ ୩ କିଲୋମିଟର ପାଦ ଚଲା ରାସ୍ତାରେ ଏହି ଗ୍ରାମକୁ ଯିବାକୁ ହୁଏ । ତେଣୁ ଲୋକେ ନିଜର ସାମଗ୍ରୀ ପରିବହନ ପାଇଁ ଘୋଡ଼ା ବ୍ୟବହାର କରନ୍ତି କିମ୍ବା  ଚାଲି ଚାଲି ମଧ୍ୟ ଯାଇଥାନ୍ତି ।

ଗ୍ରାମବାସୀମାନେ ଓଡ଼ିଶାର ଭୋଟର ପରିଚୟ ପତ୍ର ପାଇଥିବା ବେଳେ ତେଲୁଗୁ ଭାଷାର ଆଧାର କାର୍ଡ ପାଇଛନ୍ତି । ଏହି ଗ୍ରାମକୁ ଆନ୍ଧ୍ର ସରକାର ବିଜୁଳି ଯୋଗାଇ ଦେଇଥିବା ଗ୍ରାମବାସୀମାନେ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କଠାରୁ ଅଧିକ ଚାଉଳ ପାଉଥିବା କହିଛନ୍ତି। ଏଥିସହ ଆନ୍ଧ୍ର ସରକାର ମାସିକ ଭତ୍ତା ୨ ହଜାର ଟଙ୍କା ପ୍ରଦାନ କରୁଥିବା ଏହି ଗାଁର ଡମୁ ଖିଲ ପ୍ରକାଶ କରିଛନ୍ତି । ଆନ୍ଧ୍ର ସରକାର ଆଗାମୀ ନିର୍ବାଚନରେ ଭୋଟ ଦେବାକୁ କହିଲେ ଆମେ ଆନ୍ଧ୍ରରେ ଭୋଟ ଦେବୁ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ପାନୀୟ ଜଳର ସୁବିଧା ମଧ୍ୟ ଆନ୍ଧ୍ର ସରକାର କରିଥିବା ଗ୍ରାମବାସୀମାନେ କହିଛନ୍ତି । ସବୁ ଠାରୁ  ବଡ ଆଶ୍ଚର୍ଯ୍ୟ କର କଥା ହେଉଛି  ଏହି  ଗ୍ରାମକୁ  ଆନ୍ଧ୍ର ସରକାର ମଧ୍ୟ ନାମକରଣ କରିଛନ୍ତି । ଏହି ଗ୍ରାମକୁ ବିଶାଖାପାଟଣା ଜିଲ୍ଲାର  ପେଦାବାଲି ବ୍ଲକର  ଜମଡାଙ୍ଗି ବୋଲି  ନାମ କରଣ କରାଯାଇଛି । ଧିରେ ଧିରେ କୋରାପୁଟ ପରେ ଆନ୍ଧ୍ର ପ୍ରଦେଶ ସରକାର ମାଲକାନଗିରି ଜିଲ୍ଲା ସୀମା” ଏହି ଗ୍ରାମକୁ ନିଜ ଅକ୍ତିଆରରେ ନେବାକୁ ଚକ୍ରାନ୍ତ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ପାଖରେ ଏହାର ଖବର ମଧ୍ୟ ନାହିଁ । ଯଦି ଏଭଳି ଅବସ୍ତା ଲାଗି ରହେ, ତେବେ ଆଗାମୀ ଦିନରେ ଓଡ଼ିଶାର ମାନଚିତ୍ରରେ ଏହି ଗ୍ରାମ ହଜି ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking