40.1 C
Bhubaneswar
Wednesday, April 24, 2024
Homeଓଡିଶାଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ରାଇଘର:  ପେଟ ପାଟଣା ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ପୁଣି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ସମ୍ନାକୁ ଆସିଛି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଶ୍ରମ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଏହି ସମୟରେ ମୃତକଙ୍କ ଘରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ସୂଚନା ଅନୁଯାୟୀ, ରାଇଘର ବ୍ଲକ ଛେଳିଡ଼ଙ୍ଗରି ପଞ୍ଚାୟତର ଚିତ୍ରକୋଟ ଗ୍ରାମର ହିରାମନ ଗଣ୍ଡଙ୍କ ପୁଅ ନବି ଗଣ୍ଡ (୨୫)ପେଟ ପାଟଣା ନିମନ୍ତେ ତାମିଲନାଡ଼ୁ ରାଜ୍ୟର କାଞ୍ଚିପୁରମ ଠାରେ ଦାଦନ ଖଟିବାକୁ ଯାଇଥିଲେ ।

କୌଣସି କାର୍ଯ୍ୟରେ ସେ ଟ୍ରେନ୍ ଲାଇନ୍‌ରେ ଅତିକ୍ରମ କରିବା ସମୟରେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ସମ୍ପର୍କୀୟ ଭାଇ ରହିଥିବା ଯୋଗୁଁ ସେଠାରେ ଅନ୍ତିମ ସଂସ୍କାର କରିଥିବା ବେଳେ ଘରେ ଏହି ଖବର ପହଞ୍ଚିବା ପରେ ଏହି ଖବର ଶୁଣି ପରିବାର ସଦସ୍ୟ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବରପାଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସମ୍ପୃକ୍ତ ପରିବାର ଘରେ ପହଞ୍ଚି ସମବେଦନା ଜଣାଇଥିଲେ । ଗରିବ ପରିବାର ଏବଂ ପେଟ ପାଟଣା ନିମନ୍ତେ ଯାଇ ବାହାର ରାଜ୍ୟରେ ପୁଅକୁ ହରାଇ ପରିବାର ସଦସ୍ୟ ଭାଙ୍ଗି ପଡ଼ିଥିବା ବେଳେ ଶ୍ରମ ବିଭାଗ ଉକ୍ତ ପରିବାର ପ୍ରତି ସହାୟତା କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking