25.8 C
Bhubaneswar
Saturday, July 27, 2024
Homeଖେଳଟି-୨୦ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆ ସ୍କ୍ୱାଡ୍‌ରେ ବଡ଼ ପରିବର୍ତ୍ତନ; ସ୍ୱଦେଶ ଫେରିଲେ ଷ୍ଟିଭ୍ ସ୍ମିଥ୍ ଓ...

ଟି-୨୦ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆ ସ୍କ୍ୱାଡ୍‌ରେ ବଡ଼ ପରିବର୍ତ୍ତନ; ସ୍ୱଦେଶ ଫେରିଲେ ଷ୍ଟିଭ୍ ସ୍ମିଥ୍ ଓ ଆଦମ୍ ଜାମ୍ପା

ଗୁଆହାଟୀ: ଭାରତ ବିପକ୍ଷ ଚଳିତ ଟି-୨୦ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆ ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି । ସିରିଜ୍‌ର ତୃତୀୟ ମ୍ୟାଚ୍ ପୂର୍ବରୁ ଷ୍ଟିଭ୍ ସ୍ମିଥ୍ ଓ ଗ୍ଲେନ୍ ମାକ୍ସୱେଲ୍‌ଙ୍କ ସମେତ ୬ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏହି ସମସ୍ତ ଖେଳାଳି ଅଷ୍ଟ୍ରେଲିଆ ବିଶ୍ୱକପ୍ ସ୍କ୍ୱାଡ୍‌ର ସଦସ୍ୟ ଥିଲେ । ବିଶ୍ୱକପ୍ ଶେଷ ହେବାପରେ ସେମାନେ ସିରିଜ୍‌ର ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ଭାଗ ନେଇଥିଲେ । ଷ୍ଟିଭ୍ ସ୍ମିଥ୍ ଓ ଆଦମ୍ ଜାମ୍ପା ସ୍ୱଦେଶ ଫେରିସାରିଥିବା ବେଳେ ଗ୍ଲେନ୍ ମାକ୍ସୱେଲ୍‌, ମାର୍କସ୍ ଷ୍ଟୋଇନିସ୍‌, ଜୋସ୍ ଇଙ୍ଗ୍‌ଲିସ୍ ଓ ସିନ୍ ଆବୋଟ୍ ଆସନ୍ତାକାଲି ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ ।

ଭାରତ ବିପକ୍ଷ ବାକି ତିନି ମ୍ୟାଚ୍ ପାଇଁ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ଜୋସ୍ ଫିଲିପ୍‌, ବେନ୍ ମାକ୍‌ଡର୍‌ମଟ୍‌, ବେନ୍ ଡ୍ୱାରସୁଇସ୍ ଏବଂ ସ୍ପିନର୍ କ୍ରିସ୍ ଗ୍ରୀନ୍‌ଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି । ଫିଲିପ୍ ଓ ମାକଡର୍ମଟ୍ ପୂର୍ବରୁ ସ୍କ୍ୱାଡ୍‌ରେ ସାମିଲ ଥିବାରୁ ମଙ୍ଗଳବାର ଗୁଆହାଟୀ ମ୍ୟାଚ୍ ପାଇଁ ଉପଲବ୍ଧ ରହିଥିଲେ । ଅନ୍ୟ ଚାରି ଖେଳାଳି ଚତୁର୍ଥ ମ୍ୟାଚ୍ ପୂର୍ବରୁ ରାୟପୁରରେ ଟିମ୍ ସହିତ ଯୋଡ଼ିହେବ । ଏହି ପରିବର୍ତ୍ତନ ପରେ ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲୀୟ ବିଶ୍ୱକପ୍ ବିଜେତା ଟିମ୍‌ର ଏକମାତ୍ର ଖେଳାଳି ଭାବେ ସ୍କ୍ୱାଡ୍‌ରେ ରହିଛନ୍ତି । ଫଳରେ ଅଷ୍ଟ୍ରେଲିଆ ସିରିଜ୍‌ର ବାକି ତିନିଟି ମ୍ୟାଚ୍‌ରେ ୧୩ ଜଣ ଖେଳାଳିଙ୍କୁ ନେଇ ଖେଳିବ । ଅନ୍ୟପକ୍ଷରେ ତନ୍‌ବୀର ସାଂଘା ଟିମ୍ ସହିତ ରିଜର୍ଭ ଖେଳାଳି ଭାବେ ଟ୍ରାଭେଲ୍ କରିବ ।

ଅନ୍ତିମ ତିନି ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡ୍‌: ମାଥ୍ୟୁ ୱେଡ୍ (କ୍ୟାପ୍‌ଟେନ୍‌), ଜେସନ୍ ବେହରେନ୍‌ଡର୍ଫ, ଟିମ୍ ଡେଭିଡ୍‌, ବେନ୍ ଡ୍ୱାର୍‌ସୁଇସ୍‌, ନାଥନ୍ ଏଲିସ୍‌, କ୍ରିସ୍ ଗ୍ରୀନ୍‌, ଆରୋନ୍ ହାର୍ଡି, ଟ୍ରାଭିସ୍ ହେଡ୍‌, ବେନ୍ ମାକଡର୍ମଟ୍‌, ଜୋସ୍ ଫିଲିପ୍‌, ତନବୀର ସାଂଘା, ମ୍ୟାଟ୍ ଶର୍ଟ ଓ କେନ୍ ରିଚାର୍ଡସନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking