28.1 C
Bhubaneswar
Saturday, July 27, 2024
Homeଖେଳସିଲ୍‌ହଟ୍ ଟେଷ୍ଟ: ମହମୁଦୁଲଙ୍କ ଅର୍ଦ୍ଧଶତକ, ଫିଲିପ୍ସଙ୍କୁ ୪ ୱିକେଟ୍‌; ପ୍ରଥମ ଦିନ ବାଂଲାଦେଶ ୩୧୦/୯

ସିଲ୍‌ହଟ୍ ଟେଷ୍ଟ: ମହମୁଦୁଲଙ୍କ ଅର୍ଦ୍ଧଶତକ, ଫିଲିପ୍ସଙ୍କୁ ୪ ୱିକେଟ୍‌; ପ୍ରଥମ ଦିନ ବାଂଲାଦେଶ ୩୧୦/୯

ସିଲ୍‌ହଟ୍‌: ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ମଙ୍ଗଳବାର ଠାରୁ ସିଲ୍‌ହଟ୍‌ରେ ଆରମ୍ଭ ହୋଇଛି । ପ୍ରଥମ ଦିନ ଖେଳ ଶେଷ ବେଳକୁ ଟସ୍ ଜିତି ବ୍ୟାଟିଂ ନେଇଥିବା ବାଂଲାଦେଶ ୯ ୱିକେଟ୍ ବିନିମୟରେ ୩୦୧ ରନ୍ କରିଛି । ବାଂଲାଦେଶ ଓପ୍ନର୍ ମହମୁଦୁଲ୍ ହସନ୍ ୮୬ ରନ୍ କରି ଶତକରୁ ବଞ୍ଚିତ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟର୍ ୫୦ ରନ୍ ଛୁଇଁବାରେ ସକ୍ଷମ ହୋଇନାହାନ୍ତି । ନଜମୁଲ୍ ହୋସେନ୍ ଶାନ୍ତୋ, ମୋମନଲ୍ ହକ୍ ଓ ନୁରୁଲ୍ ହସନ୍ ଯଥାକ୍ରମେ ୩୭, ୩୭ ଓ ୨୯ ରନ୍‌ର ଯୋଗଦାନ କରିଛନ୍ତି । ତୈଜୁଲ୍ ଇସ୍‌ଲାମ୍ ୮ ଏବଂ ଶୋରିଫୁଲ୍ ଇସ୍‌ଲାମ୍ ୧୩ ରନ୍ କରି ଅପରାଜିତ ରହିଛନ୍ତି । ପ୍ରଥମ ଦିନ ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସଫଳ ବୋଲର୍ ଭାବେ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ଏହା ବ୍ୟତୀତ କାଇଲ୍ ଜେମିସନ୍ ଓ ଏଜାଜ୍ ପଟେଲ୍‌ଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି । ଈଶ ସୋଢ଼ୀ ଗୋଟିଏ ୱିକେଟ୍ ନିଜ ନାମରେ କରିଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ବାଂଲାଦେଶକୁ ପ୍ରଥମ ଧକ୍କା ୨୯ ରନ୍‌ର ସ୍କୋର୍ ବେଳେ ଲାଗିଥିଲା । ଜାକିର୍ ହସନ୍‌ଙ୍କୁ ବୋଲ୍ଡ ଆଉଟ୍ କରି ଏଜାଜ୍ ପଟେଲ୍ ଏହି ଧକ୍କା ଦେଇଥିଲେ । ସ୍କୋର୍ ୯୨ ରନ୍ ବେଳେ ନଜମୁଲ୍ ଶାନ୍ତୋଙ୍କୁ ଆଉଟ୍ କରି ଈଶ୍ ସୋଢ଼ୀ ଦ୍ୱିତୀୟ ଧକ୍କା ଦେଇଥିଲେ । ସ୍କୋର୍‌ରେ ଆଉ ୮୮ ରନ୍ ଯୋଗପରେ ମୋମିନଲ୍ ହକ୍‌ଙ୍କୁ ଗ୍ଲେନ୍ ଫିଲିପ୍ସ ଆଉଟ୍ କରିବା ପରେ ବାଂଲାଦେଶ ଖେଳାଳି ନିୟମିତ ବ୍ୟବଧାନରେ ପ୍ୟାଭିଲିୟନ୍ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking