29.1 C
Bhubaneswar
Saturday, July 27, 2024
Homeଖେଳଟି-୨୦ ବିଶ୍ୱକପ୍ ପାଇଁ ନାମ୍ବିୟାର ଯୋଗ୍ୟତା

ଟି-୨୦ ବିଶ୍ୱକପ୍ ପାଇଁ ନାମ୍ବିୟାର ଯୋଗ୍ୟତା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବାକୁ ଥିବା ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ନାମ୍ବିୟା ଯୋଗ୍ୟତା ଅର୍ଜନ କରିଛି । ଏହା ସହିତ ଯୋଗ୍ୟତା ଅର୍ଜନ କରିବାରେ ନାମ୍ବିୟା ଆଫିକ୍ରା କ୍ୱାଲିଫାୟର୍ସରୁ ପ୍ରଥମ ଟିମ୍ ହୋଇଛି । ନାମ୍ବିୟା ସମସ୍ତ ପାଞ୍ଚଟି ଯାକ ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟ୍‌ରେ ୧୯ ଟିମ୍ ଭାବେ ସ୍ଥାନ ପକ୍କା କରିଛି । ବାକି ଥିବା ଗୋଟିଏ ସ୍ଥାନ ଜିମ୍ବାୱେ, କେନିଆ ଏବଂ ୟୁଗୁଣ୍ଡା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

ରହାର୍ଡ ହରାସ୍ମସ୍‌ଙ୍କ ନେତୃତ୍ୱାଧୀନ ନାମ୍ବିୟା କ୍ୱାଲିଫାୟର୍ସର ଅନ୍ତିମ ମ୍ୟାଚ୍‌ରେ ତାଞ୍ଜିନିଆକୁ ୫୮ ରନ୍‌ରେ ଶୋଚନୀୟ ଭାବେ ହରାଇ ଦେଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନାମ୍ବିୟା ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା । ଜେଜେ ସ୍ମିଟ୍ ୨୫ ବଲ୍‌ରେ ୧୬୦ ଷ୍ଟ୍ରାଇକ୍ ରେଟ୍‌ରେ ଗୋଟିଏ ଚୌକା ଓ ଚାରି ଛକା ସହାୟତାରେ ସର୍ବାଧିକ ଅପରାଜିତ ୪୦ ରନ୍ କରିଥିଲେ । ଲକ୍ଷ୍ୟର ପିଛା କରୁଥିବା ତାଞ୍ଜିନିଆ ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ମାତ୍ର ୯୯ ରନ୍ କରିବାକୁ ସମର୍ଥ ହୋଇଥିଲା ।

ଏହା ପୂର୍ବରୁ କ୍ୱାଲିଫାୟର୍‌ର ପ୍ରଥମ ମ୍ୟାଚ୍‌ରେ ନାମ୍ବିୟା ୩୨ ବଲ୍ ବାକିଥାଇ ଜିମ୍ବାୱେକୁ ୭ ୱିକେଟ୍‌ରେ ହରାଇଥିଲା । ଏହାପରେ ୟୁଗୁଣ୍ଡାକୁ ୬ ୱିକେଟ୍‌ରେ ପରାଜିତ କରିଥିଲା । ସେହିପରି ତୃତୀୟ ମ୍ୟାଚ୍‌ରେ ରୁଆଣ୍ଡା ବିରୋଧରେ ଡକ୍‌ୱର୍ଥ ଲୁଇସ୍ ନିୟମରେ ୬୮ ରନ୍‌ରେ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚ୍‌ରେ କେନିଆକୁ ୬ ୱିକେଟ୍‌ରେ ଏବଂ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ରେ ୟୁଗାଣ୍ଡାକୁ ୫୮ ରନ୍‌ରେ ହରାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking