27.1 C
Bhubaneswar
Wednesday, May 6, 2026
Homeଓଡିଶାଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ୟ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ତେବେ ଅଗଷ୍ଟ ୧ରୁ ଏହା ଖୋଲି‍‍‍ବ। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ୟ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ଡାଙ୍ଗମାଳ ଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବା ବେଳେ ସେହିଠାରେ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ବନବିଭାଗ ପକ୍ଷରୁ ୱାକ ୱେ ନିର୍ମାଣ କରାଯାଇଛି। ମ୍ୟାଙ୍ଗ୍ରୁଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ୱାକ ୱେ, ପ୍ରାୟ ୬ଶହ ମିଟର ଲମ୍ବ ଏବଂ ଏହାକୁ କାଠରେ ତିଆରି କରାଯାଇଛି। ପର୍ୟ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଗୋଟିଏ ଥରରେ ୨୦ ଜଣ ଲେଖାଏଁ ପର୍ୟ୍ୟଟଙ୍କୁ ଏଥିରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking