30.1 C
Bhubaneswar
Tuesday, May 5, 2026
Homeଓଡିଶାରାଜ୍ୟସଭା ନିର୍ବାଚନ ୨୦୨୬ରେ ଅନିୟମିତତା ନେଇ ବିଜୁ ଜନତା ଦଳ ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି

ରାଜ୍ୟସଭା ନିର୍ବାଚନ ୨୦୨୬ରେ ଅନିୟମିତତା ନେଇ ବିଜୁ ଜନତା ଦଳ ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ, ଡ଼ ସସ୍ମିତ ପାତ୍ର ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ୨୮ ଏପ୍ରିଲ ୨୦୨୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଅବୈଧ ଭାବେ ଦ୍ୱିତୀୟ ବାଲାଟ ପେପର ଦିଆଯିବାକୁ ନେଇ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହାପରେ ଭାରତ ନିର୍ବାଚନ ଆୟୋଗର ଅଣ୍ଡର ସେକ୍ରେଟାରୀ ଶ୍ରୀ ରାଜେନ୍ଦ୍ର କୁମାର ସିଂହ ୨୯ ଏପ୍ରିଲ ୨୦୨୬ରେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ର ଲେଖି, ବିଜେଡି ପ୍ରତିନିଧି ଦଳ ସହିତ ଏହି ବିଷୟରେ ତ୍ୱରିତ ଆଲୋଚନା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ୧୧ ମଇ ୨୦୨୬ ତାରିଖ ସକାଳ ୧୧ଟାରେ ବିଜେଡି ପ୍ରତିନିଧି ଦଳ ସହିତ ବୈଠକ ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି ।

ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଅନୁସାରେ ନିମ୍ନଲିଖିତ ନେତାମାନେ ବିଜେଡି ତରଫରୁ ଦଳର ପକ୍ଷ ଉପସ୍ଥାପନ କରିବେ:
ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ: ବିରୋଧୀ ଦଳ ଉପନେତା
ଶ୍ରୀମତୀ ପ୍ରମିଳା ମଲ୍ଲିକ: ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପୋଲିଂ ଏଜେଣ୍ଟ, ରାଜ୍ୟସଭା ନିର୍ବାଚନ ୨୦୨୬
ଶ୍ରୀ ପ୍ରତାପ ଦେବ: ବିରୋଧୀ ଦଳ ଉପମୁଖ୍ୟ ସଚେତକ ଏବଂ ଦଳର ଅଧିକୃତ ଏଜେଣ୍ଟ, ରାଜ୍ୟସଭା ନିର୍ବାଚନ ୨୦୨୬
ଡ଼ ଅରୁଣ କୁମାର ସାହୁ: ବିଧାୟକ ଏବଂ କାଉଣ୍ଟିଂ ଏଜେଣ୍ଟ, ରାଜ୍ୟସଭା ନିର୍ବାଚନ ୨୦୨୬
ଡ଼ ସସ୍ମିତ ପାତ୍ର: ସାଂସଦ ଏବଂ କାଉଣ୍ଟିଂ ଏଜେଣ୍ଟ, ରାଜ୍ୟସଭା ନିର୍ବାଚନ ୨୦୨୬ (ମାମଲାର ଆବେଦକ)

ବିଜୁ ଜନତା ଦଳ ପୁନର୍ବାର ଏହି ଅନିୟମିତତାରେ ତ୍ୱରିତ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ, ନିରପେକ୍ଷ ଏବଂ ପାରଦର୍ଶୀ ତଦନ୍ତ ଦାବି କରୁଛି, ଯାହା ନିର୍ବାଚନ ପ୍ରକ୍ରିୟାର ପବିତ୍ରତାକୁ ରକ୍ଷା କରିବ । ଦଳ ସଦାସର୍ବଦା ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଓ ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ଗୁରୁତ୍ୱ ଦେଇଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking