ଯାଜପୁର: ଯାଜପୁର ଜିଲ୍ଲାର ଦୁଇଟି ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ବୁଧବାର ୭୧ଟି ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ । ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକର ୬୫ଟି ସ୍କୁଲ ଏବଂ ବିଞ୍ଝାରପୁର ବ୍ଲକର ୬ଟି ସ୍କୁଲ ଆଜି ବନ୍ଦ ରହିବ । ଅପରପକ୍ଷରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପ ପ୍ରଶାସନ ଏହି ଦୁଇଟି ବ୍ଲକର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଆଜି ଯାଜପୁର , କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହିତ ବିଜୁଳି ଏବଂ ପବନ ହୋଇପାରେ ।










