32.1 C
Bhubaneswar
Wednesday, September 2, 2026
Homeଓଡିଶାଖାଲକୁ ଖସିଲା କାର୍: ଚାଲିଗଲା ଦମ୍ପତିଙ୍କ ଜୀବନ

ଖାଲକୁ ଖସିଲା କାର୍: ଚାଲିଗଲା ଦମ୍ପତିଙ୍କ ଜୀବନ

ଜଗତସିଂହପୁର : ପାଣି ଭର୍ତ୍ତି ଖାଲ ଭିତରକୁ ପଶିଗଲା କାର। ଅଣନିଃଶ୍ବାସୀ ହୋଇ କାର ଭିତରେ ସ୍ବାମୀ-ସ୍ତ୍ରୀ ମୃତ। ବିଳମ୍ବିତ ରାତିର ଏ ଘଟଣା। ପାରାଦୀପଗଡ଼ ଗାଁ ନିକଟରେ ଘଟିଛି ଏ ଅଘଟଣ। ମୃତ ଦମ୍ପତ୍ତି ହେଲେ ପାରାଦୀପ ବନ୍ଦରର ଅବସରପ୍ରାପ୍ତ କର୍ମଚାରୀ ବିଭୂତି ଦାସ ଓ ତାଙ୍କ ପତ୍ନୀ ପ୍ରତିଭା ଦାସ। ମାସକ ତଳେ ସେ ଚାକିରୀରୁ ଅବସର ନେଇଥିଲେ। ପାରାଦୀପ ଲକ୍ ଥାନା ପୁଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କାର ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ସମ୍ପର୍କୀୟଙ୍କ ଘରୁ ଫେରିବା ବେଳେ ପାରାଦୀପଗଡ ଗାଁ ମୁଣ୍ଡ ନିକଟରେ ଘଟିଥିଲା ଏ ଦୁର୍ଘଟଣା। ଗାଁ ରାସ୍ତାରୁ ଚଣ୍ଡିଖୋଲ-ପାରାଦୀପ ରାସ୍ତାକୁ ଉଠିବା ବେଳେ ଭାରସାମ୍ୟ ହରାଇ ଖାଲ ଭିତରକୁ କାର୍ ପଶି ଯାଇଥିଲା। ମୃତଦେହ ଅଠରବାଙ୍କି ହସ୍ପିଟାଲରେ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking