31.1 C
Bhubaneswar
Friday, August 28, 2026
Homeଦେଶ ବିଦେଶଗୁଜରାଟର ଅମରେଲିରେ ‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ଗୁଜରାଟର ଅମରେଲିରେ ‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଅମରେଲିଠାରେ ଗୁଜରାଟ ଗୌରବ ସରୋବରର ଉଦ୍ଘାଟନ କରିଛନ୍ତି। ହରିକୃଷ୍ଣ ଗ୍ରୁପ୍ ଏବଂ ଢୋଲାକିଆ ଫାଉଣ୍ଡେସନ୍ ଦ୍ୱାରା  ଗୁଜରାଟ ଗୌରବ ସରୋବର  ନିର୍ମାଣ କରାଯାଇଛି। ଏହି ଅବସରରେ ଗୁଜରାଟର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ସଂଘଭୀ ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଅମିତ ଶାହ କହିଛନ୍ତି, ମତ୍ସ୍ୟ ପୁରାଣ ଅନୁଯାୟୀ, ଯେଉଁମାନେ କୂଅ, ପୋଖରୀ ଏବଂ ସରୋବର ନିର୍ମାଣ କରନ୍ତି ସେମାନେ ମହା ପୂଣ୍ୟ ହାସଲ କରନ୍ତି। ସେ କହିଛନ୍ତି ଯେ ଆଜିକାଲି କମ୍ ବର୍ଷାକୁ ଦୃଷ୍ଟିରେ ରଖି ଯଦି ଆମେ ବର୍ଷା ଜଳର ପ୍ରତ୍ୟେକ ବୁନ୍ଦାକୁ ସଞ୍ଚୟ ପାଇଁ ଚେଷ୍ଟା କରିବା ଏବଂ ଭୂତଳ ଜଳସ୍ତରକୁ ବୃଦ୍ଧି କରିବା, ତେବେ ଦେଶ କିମ୍ବା ରାଜ୍ୟରେ କେବେବି ମରୁଡ଼ିର ଭୟ ରହିବ ନାହିଁ। ସେ କହିଛନ୍ତି ଯେ ୨୧ ଏକର ପରିମିତ ଅଞ୍ଚଳରେ ୪୦୦ ନିୟୁତ ଲିଟର ଧାରଣ କ୍ଷମତା ବିଶିଷ୍ଟ ଗୁଜରାଟ ଗୌରବ ସରୋବର  କୃଷି ଓ ପାନୀୟ ଜଳର ଉପଲବ୍ଧତା ସହ ଭୂତଳ ଜଳ ସଂରକ୍ଷଣରେ ସହାୟକ ହେବ। ଗୃହମନ୍ତ୍ରୀ କହିଛନ୍ତି ଯେ କବି କଲାପୀ ଏକ ସୁନ୍ଦର କବିତା ଲେଖି କହିଥିଲେ ପ୍ରଜାମାନଙ୍କ ଭାଗ୍ୟ ରାଜାଙ୍କ ସ୍ୱଭାବକୁ ପ୍ରତିଫଳିତ କରିଥାଏ।  ସେ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସମଗ୍ର ସୌରାଷ୍ଟ୍ର ଏବଂ ଉତ୍ତର ଗୁଜରାଟ ଅଞ୍ଚଳରେ ଜଳାଭାବ ସମସ୍ୟା ତୁରନ୍ତ ସମାଧାନ ହୋଇଥିଲା ଏବଂ ମରୁଡ଼ି ଏକ ଅତୀତର କଥା ପାଲଟିଯାଇଥିଲା। ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ଜୀ ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ୨୦୨୬ ମସିହା ପର୍ଯ୍ୟନ୍ତ ଗୁଜରାଟ କୌଣସି ବଡ଼ ମରୁଡ଼ିର ସମ୍ମୁଖୀନ ହୋଇନାହିଁ। ସେ କହିଛନ୍ତି ଯେ ଏହି ବର୍ଷ ଏଲ୍ ନିନୋ ପ୍ରଭାବ ହେତୁ ମରୁଡ଼ି ହେବ ବୋଲି ସମସ୍ତେ କହୁଥିଲେ। କେତେକ ଛୋଟ ଗାଁରେ କିଛି ବର୍ଷା ହୋଇଥିଲା, କିନ୍ତୁ ଅତୀତ ଭଳି ଗାଈଗୋରୁ ଏବଂ ପକ୍ଷୀମାନଙ୍କୁ ଭଲସାଡ୍ ନେବା ଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା। ଶ୍ରୀ ଶାହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବା ପରେ ମୋଦୀ ଜୀ ୨୦୦୩ ସୁଦ୍ଧା ୧.୫ ଲକ୍ଷ ଚେକ୍ ଡ୍ୟାମ୍ ନିର୍ମାଣ କରାଇଥିଲେ। ସେ କହିଛନ୍ତି ଯେ ଯେଉଁ ନର୍ମଦା ପ୍ରକଳ୍ପର ଶିଳାନ୍ୟାସ ୧୯୬୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା, ମୋଦୀ ଜୀ ପ୍ରଧାନମନ୍ତ୍ରୀ ହେବା ପରେ ତାହାର କବାଟ ଖୋଲିଥିଲା। ଏହି ପ୍ରକଳ୍ପ ଯୋଗୁଁ ନର୍ମଦା ଜଳ ସମଗ୍ର ସୌରାଷ୍ଟ୍ର, କଚ୍ଛ ଏବଂ ଖାବଡା ପର୍ଯ୍ୟନ୍ତ ପହଞ୍ଚିପାରିଥିଲା।

ଯେତେବେଳେ ଜଳ ସଞ୍ଚୟ ହେବାକୁ ଲାଗିଲା, ସେତେବେଳେ ସୌନି (SAUNI) ଯୋଜନା ଆରମ୍ଭ କରାଯାଇଥିଲା। ବଳକା ଜଳକୁ ସୌନି ଯୋଜନା ମାଧ୍ୟମରେ ସୌରାଷ୍ଟ୍ରର ଡ୍ୟାମ୍ ଏବଂ ନଦୀଗୁଡ଼ିକୁ ପଠାଯାଇଥିଲା। ଉତ୍ତର ଏବଂ ମଧ୍ୟ ଗୁଜରାଟର ପ୍ରାୟ ୧୦,୦୦୦ ପୋଖରୀରେ ନର୍ମଦା ନଦୀର ଜଳ ସଂରକ୍ଷିତ କରାଯାଉଛି। ସେ କହିଛନ୍ତି ଯେ ମୋଦୀଜୀଙ୍କ ନେତୃତ୍ୱରେ ଅନେକ ଲୋକ ମଧ୍ୟ ପୋଖରୀ ନିର୍ମାଣ କରିଛନ୍ତି। ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଜୀ ଜଳ ଶକ୍ତି ମନ୍ତ୍ରଣାଳୟ ପ୍ରତିଷ୍ଠା କରିଥିଲେ। ସେ କହିଛନ୍ତି ଯେ ସାଧୁସନ୍ଥମାନେ ଶହ ଶହ ବର୍ଷଧରି ଧରି କହିଆସୁଛନ୍ତି ଯେ “ଜଳ ହିଁ ଜୀବନ”, କିନ୍ତୁ ଏହା ପୂର୍ବରୁ କୌଣସି ସରକାର ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିନଥିଲେ। ସେ କହିଛନ୍ତି ଯେ ଗୋଟିଏ ବି ଅତିରିକ୍ତ ଟଙ୍କା ଖର୍ଚ୍ଚ ନକରି ମୋଦୀ ଜୀ ସାରା ଦେଶର ଡ୍ୟାମ୍‌ଗୁଡ଼ିକରୁ ପଙ୍କ ଉଦ୍ଧାର କରିଥିଲେ ଏବଂ ଜଳସେଚନ କ୍ଷମତା ୧୬୦ ପ୍ରତିଶତ ବୃଦ୍ଧି କରିଥିଲେ। ମୋଦୀ ଜୀଙ୍କ ନେତୃତ୍ୱରେ ବୁନ୍ଦା ଜଳସେଚନ ପ୍ରଣାଳୀ, ସ୍ପ୍ରିଙ୍କଲର ଜଳସେଚନ ପ୍ରଣାଳୀ ଏବଂ “କ୍ୟାଚ୍ ଦି ରେନ୍” ଅଭିଯାନ ଆରମ୍ଭ କରାଯାଇଥିଲା ଯାହାଦ୍ୱାରା ପ୍ରତ୍ୟେକ ଟୋପା ଜଳ ପୁଣି ଥରେ ଭୂମି ମଧ୍ୟକୁ ଯାଇପାରିବ। ସେ କହିଛନ୍ତି ଯେ ଆଜି ଗୁଜରାଟ ମରୁଡ଼ି ସମସ୍ୟାରୁ ବହୁ ପରିମାଣରେ ମୁକ୍ତ ହୋଇପାରିଛି। ରାଜ୍ୟରେ ହ୍ରଦ ଏବଂ ଡ୍ୟାମ୍‌ଗୁଡ଼ିକର ସଂଖ୍ୟା ବୃଦ୍ଧିପାଇଛି ଏବଂ ଏହା ସହିତ କୃଷିର ପରିସୀମା ମଧ୍ୟ ବୃଦ୍ଧି ପାଇଛି। ନଦୀଗୁଡ଼ିକର ପୁନରୁଦ୍ଧାର ଏବଂ ପୋଖରୀ ନିର୍ମାଣ ଦ୍ୱାରା ଅନେକ ଅଞ୍ଚଳରେ ଭୂତଳ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ଶ୍ରୀ ଶାହ କହିଛନ୍ତି ଯେ ସମଗ୍ର ସୌରାଷ୍ଟ୍ରରେ ଜଳ ସଂରକ୍ଷଣର ସଂସ୍କୃତି ଏବେ ନୂତନ ପିଢ଼ି ପାଖରେ ପହଞ୍ଚିଛି।

ହଜାର ହଜାର ସାଧୁସନ୍ଥ ଏବଂ ଲୋକକଳାକାର ଜଳ ସଞ୍ଚୟ କରିବାର ଆବଶ୍ୟକତା ସମ୍ପର୍କରେ ଲୋକଙ୍କ ପାଖକୁ ବାର୍ତ୍ତା ନେଇଯାଇଛନ୍ତି। ସେ କହିଛନ୍ତି ଯେ ୨୦୦୧ ମସିହାରେ ଗୁଜରାଟ ଏକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ପ୍ରାୟ ୮୦ ପ୍ରତିଶତ ଜଳ ଭରୁଚ ପର୍ଯ୍ୟନ୍ତ ଅଞ୍ଚଳରେ ଥିଲା, ଯେଉଁଠାରେ କେବଳ ୧୬ପ୍ରତିଶତ ଜନସଂଖ୍ୟା ରହୁଥିଲେ। ଅନ୍ୟପଟେ ଯେଉଁଠାରେ ୮୫ ପ୍ରତିଶତ ଜନସଂଖ୍ୟା ରହୁଥିଲେ, ସେଠାରେ କେବଳ ୧୪ ପ୍ରତିଶତ ଜଳ ଥିଲା। ମୋଦୀ ଜୀ ଜନଶକ୍ତି, ଜନସଚେତନତା ଏବଂ ଏକ ଜନଆନ୍ଦୋଳନ ମାଧ୍ୟମରେ ଏହି ବିଶାଳ ବ୍ୟବଧାନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି ଯେ ସୌନି ଯୋଜନା ମାଧ୍ୟମରେ ନର୍ମଦା ଜଳ ସୌରାଷ୍ଟ୍ରକୁ ନିଆଯାଇଥିଲା ଏବଂ ଉତ୍ତର ଗୁଜରାଟରେ ସୁଜଳାମ୍ ସୁଫଳାମ୍ ଯୋଜନାମାଧ୍ୟମରେ ପ୍ରତ୍ୟେକ ଗାଁରେ ଜଳସ୍ତର ବୃଦ୍ଧି କରିବାକୁ ଉଦ୍ୟମ କରାଯାଇଥିଲା। ସେ କହିଛନ୍ତି ଯେ ଆଜି ଗୁଜରାଟ ପ୍ରକୃତରେ ମରୁଡ଼ିମୁକ୍ତ ହୋଇପାରିଛି। ହ୍ରଦ ଏବଂ ଚେକ୍ ଡ୍ୟାମ୍ ସଂଖ୍ୟା ବୃଦ୍ଧି ପାଇଛି, ଚାଷ ଭଲ ହେଉଛି, ସବୁଜିମା ବୃଦ୍ଧି ପାଇଛି ଏବଂ ବର୍ଷା ମଧ୍ୟ ଭଲ ହୋଇଛି।୨୦୦୧ ରୁ ୨୦୨୬ ପର୍ଯ୍ୟନ୍ତ କୌଣସି ସ୍ଥାନରେ ମରୁଡ଼ି ଦେଖିବାକୁ ମିଳିନାହିଁ। ଏହା ମୋଦୀ ଜୀଙ୍କ ଯୋଜନାର ହିଁ ପରିଣାମ।ଗୃହମନ୍ତ୍ରୀ କହିଛନ୍ତି ଯେ ହରିକୃଷ୍ଣ ଗ୍ରୁପର ସଂସ୍ଥାପକ ଶ୍ରୀ ସବଜୀ ଢୋଲାକିଆ ତାଙ୍କୁ କହିଥିଲେ ଯେ ସେ ପଦ୍ମଶ୍ରୀ ପାଇଁ ସରକାରଙ୍କ ନିକଟରେକୌଣସି ଅନୁରୋଧ କରିନଥିଲେ, ତଥାପି ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ଶ୍ରୀ ଶାହ କହିଛନ୍ତି ଯେ ଯଦି ଜଳ ସଂରକ୍ଷଣ ପାଇଁ ୨୦୮ ଟି ହ୍ରଦ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପାଇଁ ଅନୁରୋଧ କରିବାକୁ ପଡ଼େ, ତେବେ ଆମ ସରକାର ବେକାର ବୋଲି ଗଣ୍ୟ ହେବ। ଯେଉଁ ସରକାର ଏପରି ମହାନ କାର୍ଯ୍ୟକୁ ଲକ୍ଷ୍ୟ କରିପାରିବ ନାହିଁ, ତାହାକୁ ସରକାର କୁହାଯାଇପାରିବ ନାହିଁ। ଶ୍ରୀ ଶାହ କହିଛନ୍ତି ଯେ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଏବଂ ଭାରତରତ୍ନ କୌଣସି ପରିବାରର ସଦସ୍ୟ କିମ୍ବା ପରିଚିତ ଲୋକଙ୍କ ପାଇଁ ସମ୍ମାନ ନୁହେଁ। ଏହି ସମ୍ମାନ ସେହିମାନଙ୍କ ପାଇଁ, ଯେଉଁମାନେ ପ୍ରଶଂସାର କୌଣସି ଇଚ୍ଛା ନରଖି ଭାରତ ମାତା ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦିଅନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking