31.1 C
Bhubaneswar
Friday, August 28, 2026
Homeଓଡିଶାନେପାଳ ବନ୍ୟାରେ ବରଗଡ଼ର ୩ ନିଖୋଜ!

ନେପାଳ ବନ୍ୟାରେ ବରଗଡ଼ର ୩ ନିଖୋଜ!

ବରଗଡ଼: ଭୟଙ୍କର ବନ୍ୟାରେ ନେପାଳରେ ଫସିଛନ୍ତି ବରଗଡ଼ ସରଲା ଜାମପାଲି ଅଞ୍ଚଳର ଏକ ପରିବାର। ନିଖୋଜଙ୍କ ମଧ୍ୟରେ  ରହିଛନ୍ତି ଦମ୍ପତି ଗୁନ୍ନମ ଜୟକ୍ରିଷ୍ଣା, ଗୁନ୍ନମ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କ ୨ ବର୍ଷର ଝିଅ । ସୂଚନା ଅନୁସାରେ, ଗୁନ୍ନମ ଜୟକ୍ରିଷ୍ଣା ନେପାଳରେ ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ। ତେବେ ନେପାଳରେ ବନ୍ୟା ପରିସ୍ଥିତି ଭୟଙ୍କର ହେବା ପରେ ପରିବାର ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପରିବାର ଲୋକେ ବାରମ୍ବାର ଯୋଗାଯୋଗ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ପ୍ରକାର ସମ୍ପର୍କ ସ୍ଥାପନ ହୋଇପାରୁନାହିଁ । ଏହାକୁ ନେଇ ଏବେ ଚିନ୍ତାରେ ପରିବାର ଓ ଆତ୍ମୀୟସ୍ୱଜନ ।ଘଟଣାକୁ ନେଇ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମଧ୍ୟ ସୂଚନା ଦେଇଛନ୍ତି । ନେପାଳରେ ବରଗଡ଼ ସରଲା ଜାମପାଲି ଅଞ୍ଚଳର ଏକ ଦମ୍ପତି ଏବଂ ସେମାନଙ୍କ ଶିଶୁ ନିଖୋଜ ଥିବା ସେ କହିଛନ୍ତି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ନେପାଳରେ ଥିବା ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରି ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking