ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଡ଼ ଗାଁ ଫରେଷ୍ଟ ରେଞ୍ଜ ରେ ଏବେ ୪୬ ଟି ହାତୀ ବିଭିନ୍ନ ଅଂଚଳ ରୁ ଆସି ଗ୍ରାମବାସୀ ଙ୍କ ଅଡ଼ୁଆ ବଢ଼ାଇ ସାରିଲେଣି । ମହାବୀର ପାହାଡ଼ ଅଂଚଳ ରେ ୨୬ ଟିକିଆ ହାତୀ ପଲ ରହିଥିବା ବେଳେ , ବେଲୁଆବାହାଲ ରେ ୧୬ ଟି , ପଞ୍ଚରା ଅଂଚଳ ରେ ୩ ଟି ଓ ଟିକିଲିପଡା ଅଂଚଳ ରେ ଗୋଟାଏ ଦନ୍ତା ଲୋକଙ୍କ ନିଦ ହଜାଇ ସାରିଲେଣି ।ଏହି ହାତୀ ପଲ ଦିନ ସମୟରେ ଜଙ୍ଗଲ ରେ ରହୁଥିବା ବେଳେ ରାତି ହେଲେ ଗାଁ ଭିତରକୁ ଆସି ଧାନ ଫସଲ ନଷ୍ଟ କରିବା ରେ ଲାଗିଛନ୍ତି । ଯାହାଫଳରେ ହାତୀ ଓ ମଣିଷ ମୁହାଁମୁହିଁ ସଂଘର୍ଷ ହେବାର ସ୍ଥିତି ସମନା କୁ ଆସୁଛି ।










