26.1 C
Bhubaneswar
Sunday, August 30, 2026
Homeଦେଶ ବିଦେଶଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନକୁ ସରକାରୀ ଗସ୍ତ; ବୁଝାମଣାପତ୍ର ଏବଂ ଚୁକ୍ତିନାମା

ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନକୁ ସରକାରୀ ଗସ୍ତ; ବୁଝାମଣାପତ୍ର ଏବଂ ଚୁକ୍ତିନାମା

୧. ୨୦୨୬-୩୦ ବର୍ଷ ପାଇଁ ଭାରତ ଗଣରାଜ୍ୟ ସରକାର ଏବଂ ଉଜବେକିସ୍ତାନ ଗଣରାଜ୍ୟ ସରକାରଙ୍କ ମଧ୍ୟରେ ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ କାର୍ଯ୍ୟକ୍ରମ।
୨. ଉଜବେକିସ୍ତାନର ଟର୍ମେଜ୍ ସ୍ଥିତ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି “ଫାୟାଜ୍ ଟେପା” ଏବଂ “କାରା ଟେପା”ର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଭାରତ ଗଣରାଜ୍ୟର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଉଜବେକିସ୍ତାନ ଗଣରାଜ୍ୟର ସାଂସ୍କୃତିକ ଐତିହ୍ୟ ଏଜେନ୍ସି ମଧ୍ୟରେ ଏକ ସମ୍ମତି ପତ୍ର ସ୍ୱାକ୍ଷରିତ ହୋଇଛି।
୩. ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଅଭିଲେଖାଗାର ଏବଂ ଉଜବେକିସ୍ତାନ ଗଣରାଜ୍ୟର ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା “ଉଜାର୍କାଇଭ” ଏଜେନ୍ସି ମଧ୍ୟରେ ଅଭିଲେଖାଗାର କାର୍ଯ୍ୟ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ।
୪. ଆୟୁର୍ବେଦ ଏବଂ ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା ପ୍ରଣାଳୀ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣରାଜ୍ୟ ସରକାର ଏବଂ ଉଜବେକିସ୍ତାନ ଗଣରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ।
୫. ଭୂବିଜ୍ଞାନ ଏବଂ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣରାଜ୍ୟର ଖଣି ମନ୍ତ୍ରଣାଳୟ ଏବଂ ଉଜବେକିସ୍ତାନ ଗଣରାଜ୍ୟର ଖଣି ଶିଳ୍ପ ଏବଂ ଭୂତତ୍ତ୍ୱ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ।
୬. ୨୦୨୬-୨୮ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଗଣରାଜ୍ୟର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଉଜବେକିସ୍ତାନ ଗଣରାଜ୍ୟର ପର୍ଯ୍ୟଟନ କମିଟି ମଧ୍ୟରେ ସହଯୋଗ ପାଇଁ ସହଭାଗୀତା କାର୍ଯ୍ୟକ୍ରମ।
୭. ଭାରତ ଗଣରାଜ୍ୟର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧୀନସ୍ଥ ‘ସୁଷମା ସ୍ୱରାଜ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ସର୍ଭିସ୍’ ଏବଂ ଉଜବେକିସ୍ତାନ ଗଣରାଜ୍ୟର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧୀନସ୍ଥ ‘ୟୁନିଭରସିଟି ଅଫ୍ ୱାର୍ଲ୍ଡ ଇକୋନୋମି ଆଣ୍ଡ ଡିପ୍ଲୋମାସି’ର ଡିପ୍ଲୋମାଟିକ୍ ଏକାଡେମୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
୮. ଭାରତ ଗଣରାଜ୍ୟର ଅର୍ଥ ମନ୍ତ୍ରଣାଳୟ ଏବଂ ଉଜବେକିସ୍ତାନ ଗଣରାଜ୍ୟର ଅର୍ଥନୀତି ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏକ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ ।
୯. ଭାରତ ଗଣରାଜ୍ୟର ପରିବେଶ ଏବଂ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ଉଜବେକିସ୍ତାନ ଗଣରାଜ୍ୟର ପରିବେଶ ବିଜ୍ଞାନ ଏବଂ ଜଳବାୟୁ ପରିବର୍ତ୍ତନ ଜାତୀୟ କମିଟି ମଧ୍ୟରେ ପରିବେଶ ସୁରକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଚୁକ୍ତି।
୧୦. ଉଚ୍ଚ ଶିକ୍ଷା ଏବଂ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସହଯୋଗ ଉପରେ ଭାରତ ଗଣରାଜ୍ୟର ସରକାର ଏବଂ ଉଜବେକିସ୍ତାନ ଗଣରାଜ୍ୟର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ।
୧୧. ଭାରତ ଗଣରାଜ୍ୟର ଗୁଜରାଟ ରାଜ୍ୟ ଏବଂ ଉଜବେକିସ୍ତାନ ଗଣରାଜ୍ୟର ସମରକନ୍ଦ କ୍ଷେତ୍ର ମଧ୍ୟରେ ସହଭାଗୀତା ସମ୍ପର୍କ ସ୍ଥାପନ ପାଇଁ ସହଯୋଗ ଚୁକ୍ତି।
ଘୋଷଣା
କ୍ରମ ସଂଖ୍ୟା ଶୀର୍ଷକ
୧. ଭାରତ – ଉଜବେକିସ୍ତାନ ରଣନୈତିକ ସହଭାଗୀତାକୁ ଏକ ବ୍ୟାପକ ରଣନୈତିକ ସହଭାଗୀତାରେ ଉନ୍ନୀତ କରିବା
୨. ଅରାଲ ସାଗର ଅଞ୍ଚଳରେ ବନୀକରଣ ପାଇଁ ୧ ମିଲିୟନ୍ ଆମେରିକୀୟ ଡଲାରର ଅନୁଦାନ
୩. ହିନ୍ଦୀ ଭାଷା ପାଇଁ ଲାଲ ବାହାଦୁର ଶାସ୍ତ୍ରୀ ଛାତ୍ର ବୃତ୍ତି (୧୦୦ ଛାତ୍ରବୃତ୍ତି)
୪. ତାସକେଣ୍ଟ ଷ୍ଟେଟ୍ ୟୁନିଭରସିଟି ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍ରେ ଆଇସିସିଆର ସଂସ୍କୃତ ଚେୟାର
୫. ଉଜବେକିସ୍ତାନରେ ଭାରତୀୟ ୟୁପିଆଇ ଆପ୍ ମାଧ୍ୟମରେ ସେଠାକାର ଜାତୀୟ କ୍ୟୁଆର କୋଡ୍ ସ୍କାନ୍ କରି ବ୍ୟବସାୟିକ କାରବାର ବା ପେମେଣ୍ଟ କରିବାକୁ ସକ୍ଷମ କରିବା ପାଇଁ ଭାରତର ‘ଏନ୍ପିସିଆଇ ଇଣ୍ଟରନ୍ୟାସନାଲ୍ ପେମେଣ୍ଟସ୍ ଲିମିଟେଡ୍’ (ଏନଆଇପିଏଲ୍) ଏବଂ ଉଜବେକିସ୍ତାନର ‘ନ୍ୟାସନାଲ୍ ଇଣ୍ଟରବ୍ୟାଙ୍କ ପ୍ରୋସେସିଂ ସେଣ୍ଟର’ (ଏନଆଇପିସି) ମଧ୍ୟରେ ଏକ ବ୍ୟାବସାୟିକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking