25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶତ୍ରୟୋଦଶ ହକି ଇଣ୍ଡିଆ ସିନିୟର୍ ପୁରୁଷ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍‌; ହରିଆଣାକୁ ହରାଇ ପଞ୍ଜାବ ଚାମ୍ପିଅନ୍‌

ତ୍ରୟୋଦଶ ହକି ଇଣ୍ଡିଆ ସିନିୟର୍ ପୁରୁଷ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍‌; ହରିଆଣାକୁ ହରାଇ ପଞ୍ଜାବ ଚାମ୍ପିଅନ୍‌

ଚେନ୍ନାଇ: ଡିଫେଣ୍ଡିଂ ଚାମ୍ପିଅନ୍ ହକି ହରିଆଣାକୁ ସଡନ୍ ଡେଥ୍‌୍‌ରେ ହରାଇ ହକି ପଞ୍ଜାବ ତ୍ରୟୋଦଶ ହକି ଇଣ୍ଡିଆ ସିନିୟର୍ ପୁରୁଷ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ଟାଇଟଲ୍ ଜିତିଛି । ସେହିପରି ତାମିଲନାଡ଼ୁ ହକି ୟୁନିଟ୍ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ହକି କର୍ଣ୍ଣାଟକକୁ ହରାଇ ବ୍ରୋଞ୍ଜ୍ ପଦକ ହରାତଇଛି ସ୍ଥାନୀୟ ମେୟର ରାଧାକ୍ରିଷ୍ଣ ହକି ଷ୍ଟାଡିୟମ୍‌ରେ ମଙ୍ଗଳବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ପଞ୍ଜାବ ଦମ୍‌ଦାର ପ୍ରଦର୍ଶନ କରି ୧୩ଶ ମିନିଟ୍‌ରେ ହରଜିତ୍ ସିଂହଙ୍କୁ ଗୋଳ୍ ବଳରେ ଅଗ୍ରଣୀ ଲାଭ କରିଥିଲା । ତେବେ ୨୫ତମ ମିନିଟ୍‌ରେ ହରିଆଣାର ସଞ୍ଜୟ ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ ଦେଇ ସ୍ଥିତି ସମାନ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ପଞ୍ଜାବ ଅଧିନାୟକ ହରମନପ୍ରୀତ୍ ସିଂହ (୪୨ତମ ମିନିଟ୍‌) ପେନାଲ୍ଟି କର୍ଣ୍ଣର୍‌ରୁ ଏକ ଶକ୍ତିଶାଳୀ ଡ୍ରାଗ୍ ଫ୍‌ଲିକ୍ ଜରିଆରେ ଦଳର ଅଗ୍ରଣୀ ୨-୧ କରିଥିଲେ ।

ତେବେ ଏହାର ୮ ମିନିଟ୍ ପରେ ରାଜନ୍ତ ଗୋଲ୍ କରି ସ୍ଥିତି ସମାନ କରିବା ସହ ମ୍ୟାଚ୍‌କୁ ପେନାଲ୍ଟି ଶୁଟ୍‌ଆଉଟ୍‌କୁ ନେଇଥିଲେ । ଶୁଟ୍‌ଆଉଟ୍‌ରେ ହରିଆଣା ପାଇଁ ସଞ୍ଜୟ, ଦୀପ ଓ ଅଭିଷେକ ଗୋଲ୍ କରିଥିବା ବେଳେ ପଞ୍ଜାବ ପକ୍ଷରୁ ହରମନ୍‌ପ୍ରୀତ୍‌, ସିମ୍‌ରନ୍‌ଜିତ୍ ସିଂହ ଓ ସୁଖଜିତ୍ ସିଂହ ଗୋଳ୍ ଦେଇଥିଲେ । ସ୍ଥିତି ୩-୩ରେ ସମାନ ରହିବାରୁ ମ୍ୟାଚ୍ ସଡନ୍ ଡେଥ୍‌କୁ ଯାଇଥିଲା । ସପ୍ତମ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ସିମରନ୍‌ଜିତ୍ ଗୋଲ୍ କରି ପଞ୍ଜାବକୁ ସଂଘର୍ଷପୂର୍ଣ୍ଣ ବିଜୟ ଦେଇଥିଲେ ।

ସେହିପରି ୩ୟ/୪ର୍ଥ ସ୍ଥାନ ମ୍ୟାଚ୍‌ରେ ତାମିଲନାଡ଼ୁ ହକି ୟୁନିଟ୍ ୫-୩ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ହକି କର୍ଣ୍ଣାଟକକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି । ତାମିଲନାଡ଼ୁ ପକ୍ଷରୁ ବିପି ସୋମନ୍ନା (୪ର୍ଥ ମିନିଟ୍‌), ସୁରନ୍ତପାଣ୍ଡି (୪୦ତମ ମିନିଟ୍‌) ଓ ଭାରତୀୟ ଟିମ୍‌ର ଫରୱାର୍ଡ କାର୍ଥୀ ସେଲ୍‌ଭମ୍ (୫୨ତମ ମିନିଟ୍‌) ଗୋଲ୍ ତିନିଟି ସ୍କୋର୍ କରିଥିଲେ । ଅନ୍ୟପକ୍ଷରେ କର୍ଣ୍ଣାଟକ ପାଇଁ ଅଧିନାୟକ ଗୌଡ଼ା ଶେଶେ (୧୨ଶ ମିନିଟ୍‌), ହରିଶ ମୁତାଗର ଏବଂ ଜାତୀୟ ଦଳର ଫରଓାର୍ଡର୍ ମହମ୍ମଦ ରାହିଲ୍ ମୌସିନ୍ (୩୮ତମ ମିନିଟ୍‌)ରେ ଗୋଲ୍ ଦେଇଥିଲେ ।

ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୩-୩ ଗୋଲ୍‌ରେ ସମାନ ରହିବା ପରେ ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା । ପେନାଲ୍ଟି ଶୁଟ୍‌ଆଉଟ୍‌ରେ ତାମିଲନାଡ଼ୁ ହକି ୟୁନିଟ୍ ପକ୍ଷରୁ ଅଧିନାୟକ ଜେ ଜୋଶୁଆ ବେନେଡିକ୍ଟ ୱେସଲୀ, କାନାଗାରାଜ ସେଲ୍‌ଭାରାଜ୍‌, ଧନୁଷ ଏମ୍ ସୁନ୍ଦରପାଣ୍ଡି ଏବଂ ଏଚ୍ ଶ୍ୟାମକୁମାର ଗୋଲ୍ ସ୍କୋର୍ କରିଥିଲେ । ଗୋଲ୍‌କିପର୍ ଏସ୍‌. ସେନ୍ଥାମିଜ୍ ଆରାସୁ ସୁନ୍ଦର ପ୍ରଦର୍ଶନ କରି ଦଳକୁ ବ୍ରୋଞ୍ଜ୍ ପଦକ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking