39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରିତା ପାଇଁ ଜିଲ୍ଲା ଗ୍ରାମ୍ୟ ଉନୟନ୍ନ...

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରିତା ପାଇଁ ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ପ୍ରକଳ୍ପ ନିର୍ଦେଶ ଙ୍କ ଆକ୍ସନ ମୁଡ଼ ବ୍ଲକ କର୍ମ ଚାରିଙ୍କ ହଜେଇ ଦେହିଛି ନିଦ

ଯାଜପୁର: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ କର୍ମ ନିଯୁକ୍ତି ଯୋଜନା ଯାଜପୁର ଜିଲ୍ଲା ରେ ଧର୍ଯ୍ୟ ହୋଇଥିବା ଲକ୍ଷ ପୂରଣ ହୋଇ ପାରୁନି ଜିଲ୍ଲା ରେ ଏହି ଯୋଜନା ରେ 76ଭାଗ ଲୋକମାନଂକୁ କର୍ମ ନିଯୁକ୍ତି ଯୋଗାଇ ଦେବା ପାଇଁ ଧର୍ଯ୍ୟ କରା ଯାଇ ଥିବା ବେଳେ ଶତକଡା 66ଭାଗ ଲୋକ ଙ୍କ ନିକଟରେ ପହଂଚି ପାରିଛି l ଲକ୍ଷ ପୂରଣ ପାଇଁ ପ୍ରକଳ୍ପ ନିର୍ଦେଶକ ଆକ୍ସନ ମୁଡ଼ ରେ ରହି ଛନ୍ତି ବାରମ୍ବାର ତାଗିଦ ସ୍ୱତେ ଏହି ଯୋଜନା କୁ କାର୍ଯ୍ୟ କରି କରୁଥିବା ଯନ୍ତ୍ରୀ ଓ କର୍ମଚାରୀ ଦୃର୍ବଳ ପ୍ରଦର୍ଶନ କରୁ ଥିବା ରୁ ସେମାନଙ୍କ ବିରୁ ଧ୍ୟ ରୋଦରମା ବନ୍ଦ ଓ କାରଣ ଦର୍ଶାଅ ନୋଟିସ ତଲବ କରାଯାଇଛି l ପ୍ରକଳ୍ପ ନିର୍ଦେଶ କ ଇନ୍ଦ୍ରମଣି ନାୟକ ଘନ ଘନ ଏହି ଯୋଜନା କାର୍ଯ୍ୟ ର ବ୍ଲକ ୱାରୀ ସମୀକ୍ଷା ବୈଠକ ମାନ କରୁଛନ୍ତି l ଧର୍ମଶାଳା, ରସଲପୁର, ବଡ଼ଚଣା ପ୍ରଭୁତି ସମୀକ୍ଷା ବୈଠକ କରି ଯୋଜନା ର ଦୃର୍ବଳ ପ୍ରଦର୍ଶନ ପାଇଁ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏହି ଯୋଜନା ରେ ନିଯୁକ୍ତ ହୋଇଥିବା କର୍ମ ଚାରି ମାନଂକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଡ଼ିସେମ୍ବର ମାସ ର ଦରମା ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯଇଛି l ବୋଲି ପ୍ରକଳ୍ପ ନିର୍ଦେଶକ ଶ୍ରୀନାୟକ ନିର୍ଦେଶ ଦେହି ଛନ୍ତି l କୋବିଦ ସମୟରେ ଶ୍ରମ ଯିବି ମାନଂକୁ କର୍ମ ନିଯୁକ୍ତି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଉପରେ ଚାପ ପକାଉ ଛନ୍ତି l. ଜିଲ୍ଲା ପ୍ରଶାସନ ଏହି ଯୋଜନା ରେ ବିଭିନ୍ନ ପ୍ରକଳ୍ପ ମଞ୍ଜୁରୀ କରି ବ୍ଲକ ମାନଂକୁ ପଠା ଇ ଛନ୍ତି l ତୁରନ୍ତ କାର୍ଯ୍ୟ କାରି କରିବା ପାଇଁ ତାଗିଦ କରୁ ଥିଲେ ମଧ୍ୟ କାର୍ଯ୍ୟ ରେ ଅବହେଳା କରୁଛନ୍ତି l ଶ୍ରମ ଜିବ ମାନେ କାର୍ଯ୍ୟ ପାଉନାହାନ୍ତି l ସେମାନ ଙ୍କ ପ୍ରାପ୍ୟ ପାଇଁ ବ୍ଲକ କୁ ଦୌଡି ବାକୁ ପଡୁଛି ସେତି ପାଇଁ ଲାଞ୍ଚ ଦେବାକୁ ପଡୁଛି l ଲାଞ୍ଚ ଦେଲେ ମଧ୍ୟ ପ୍ରାପ୍ୟ ମିଳୁନି l ମୋ ଉପକାରୀ ବଗିଚା ଯୋଜନାରେ ବଡ଼ଚଣା ବ୍ଲକ କୁ 2331ଟି ମଞ୍ଜୁରୀ ମିଳିଥିଲା l. ବର୍ତ୍ତମାନ 630ଟି ର କାର୍ଯ୍ୟ ଆରମ୍ଭ ହୋଇଛି. I ଅବହେଳା ପ୍ରଦର୍ଶନ ଯୋଗୁ 8ଜଣ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ସହ ଦରମା ବନ୍ଦ କରା ଯାଇଛି ସେହି ପରି ରସଲପୁର ବ୍ଲକ ରେ 4ଜଣ ଯନ୍ତ୍ରୀ ସହ ଜଣେ ଜି ପି ଟି ଏସ ଓ ଏ ପି ଓ ମୋଟ 6ଜଣ ଙ୍କୁ ସନ୍ତୋଷ ଜନକ କୈଫତ ମଗା ଯାଇଛି l ଧର୍ମଶାଳା ବ୍ଲକ ରେ ଯୋଜନା ସ ଫଳ ରୂପାୟନପାଇଁ
ଅଣଦେଖା କରିଥିବା 6ଜଣ କନିଷ୍ଠ ଯନ୍ତ୍ରୀ ଓ 4ଜଣ ଜି ପି ଟିଏ ମାନଙ୍କ କାରଣ ଦର୍ଶାଅ ନୋଟିସ ଜାରି କରାଯଇଛି l ଡ଼ିସେମ୍ବର ମାସ ର ଦରମା ବନ୍ଦ କରା ଯାଇଛି l. ଏହି 10ଜଣ ଙ୍କ ଦରମା ପରବର୍ତ୍ତୀ ଅର୍ଡର ଆସିବା ପ୍ରଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ପି, ଡି ନିର୍ଦେଶ ଦେଇ ଛନ୍ତି l ସରକାର ଙ୍କ ଯୋଜନା ତୁରନ୍ତ କାର୍ଯ୍ୟ କାରି ଶ୍ରମ ଜୀବିମାନଂକୁ କାର୍ଯ୍ୟ ଯୋଗାଇ ଦେବାପାଇଁ ପି, ଡି ଶ୍ରୀ ନାୟକ ବି, ଡି, ଓ ମାନଂକୁ ନିର୍ଦେଶ ଦେଇ ଛନ୍ତି l ସରକାର ଙ୍କ ଯୋଜନା ରେ ଅ ବହେଳା କଲେ ବିହିତ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରା ଯିବ ବୋଲି ପି, ଡି ସତର୍କ କରାଇ ଦେଇ ଛନ୍ତି ଏହି ଜିଲ୍ଲା ରେ ସରକାରୀ ଯୋଜନା ଗୁଡିକ ସଫଳ ଉପାୟନ ହୋଇ ପାରୁନି ଲାଞ୍ଚ ନଦେଲେ ବିଲି ହେହୁ ନାହିଁ ପଂଚାୟତ ରେ ନିଯୁକ୍ତ ପାଇ ଥିବା ଇ. ଓ ଭାବେ ଗ୍ରମସେବକ ମାନେ ପ୍ରକୁତ ହିତାଧିକାରୀ  ମାନଂକୁ ଆବାସ ଯୋଜନା ରେ ସେମାଙ୍କୁ ନ ଦେଇ କଳାକୁ ଧଳା କରି ଧନୀ ଓ ଥିଲା ବ୍ଳାଲୋକଙ୍କୁ ଆବାସ ଯୋଜନା ରେ ଅନ୍ତର ଭୁକ୍ତ କରି ସେମାନଙ୍କ ଠାରୁ ପି ସି ନେଇ ସରପଞ୍ଚସହ ମିଶି 20ହଜାର ଟଙ୍କା ନେଉ ଥିବା ର ବହୁ ନଜିରୀ ଅଛି l ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଛିନ୍ତ କର୍ମ ନିଯୁକ୍ତି ଯୋଜନା ରେ ମିଥ୍ୟା କାଗଜ ପତ୍ର ପ୍ରସ୍ତୁତ କରାଯାଇ ହଜାର ହଜାର ଟଙ୍କା ହଡହପ କରାଯାଉଛି ଏହି ଯୋଜନା ରେ କାର୍ଯ୍ୟ ନ ହୋଇ ମିଥ୍ୟା ରେ କାଗଜ ପତ୍ର ଦର୍ଶାଯାଇ ସରପଞ୍ଚ, ଗ୍ରାମ ସେବକ ଯନ୍ତ୍ରୀ ଙ୍କ ସଲାସୁତୁରା ଲକ୍ଷ ଲକ୍ଷ ଟଙ୍କା ହଡପ କରା ଯାଉ ଛି ଏପରି କି ଜିଲ୍ଲା ପାଳ, ପି ଡି 5ଟି ସଚିବ ଙ୍କୁ ଜଣାଇଲେ ମଧ୍ୟ ସୁଫଳମିଳୁନି କେବଳ ଲକ୍ଷ ଧର୍ଯ୍ୟ ପୂରଣ କରିବା ପାଇଁ ପି ଡି ଯେତିକି ତତ୍ପର କାର୍ଯ୍ୟ ଗୁଡିକୁ ତଦନ୍ତ କରି ଦୃନୀତି ରେ ସମ୍ପୃକ୍ତ ମାନଙ୍କ ବିରୋଧ ରେ ତତ୍ପର ହେବା ପାଇଁ ବୁଦ୍ଧି ଯିବି ମହଲ ରେ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking