24.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଡିସେମ୍ବର ୧୪ ତାରିଖ ସୁଦ୍ଧା ଦରମା ନମିଳିଲେ ୧୫ ତାରିଖରୁ ଆମରଣ ଅନଶନ

ଡିସେମ୍ବର ୧୪ ତାରିଖ ସୁଦ୍ଧା ଦରମା ନମିଳିଲେ ୧୫ ତାରିଖରୁ ଆମରଣ ଅନଶନ

ଯାଜପୁର :  ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ରାଷ୍ଟ୍ରୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ଦେଢ଼ ବର୍ଷ ଧରି ବ୍ଲାଷ୍ଟ ଫରନେସ ଓ ଅନ୍ୟ ୟୁନିଟ କଞ୍ଚାମାଲ ଅଭାବରୁ ବନ୍ଦ ଥିଲାବେଳେ ଚଳିତ ଅପ୍ରେଲ ମାସରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି ।କର୍ମଚାରୀମାନେ ଦଶ ମାସ ହେଲା ଦରମା ନପାଇ ଦୁଃଖ କଷ୍ଟରେ ସମୟ ବିତାଉଛନ୍ତି ।କେନ୍ଦ୍ର ସରକାରଙ୍କ ଅସହଯୋଗ ଏବଂ ରାଜ୍ୟ ସରକାରଙ୍କ ନୀରବତା ପରିସ୍ଥିତିକୁ ଅଧିକ ଜଟିଳ କରୁଛି । ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ତରଫରୁ ମାସ ମାସ ଧରି ଆନ୍ଦୋଳନ ,ଅନେକେ ଅନୁରୋଧ ମୂଳକ ଚିଠିପତ୍ର , ରାଜ୍ୟପାଳ ,ଜାତୀୟ ମାନବାଧିକାର କମିଶନ ଏବଂ ମାନ୍ୟବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କାରଖାନା ଚାଲୁ ହେଉନି କିମ୍ବା ବାକି ଦରମା ମିଳୁନି । ନୀଳାଚଳର ସମସ୍ତ ଅଂଶୀଦାର , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଶାସନ ଓ ମନ୍ତ୍ରୀମାନଙ୍କ ମିଟିଂ ପରେ ମିଟିଂ ଏବଂ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ସବୁ ନିଷ୍ଫଳ ହୋଇଛି ।ଅର୍ଥ ଅଭାବରୁ କର୍ମଚାରୀଙ୍କ ଆତ୍ମହତ୍ୟା ଏବଂ ରୋଗ ଜନିତ ମୃତ୍ୟୁ ବଢି ଚାଲିଛି । ନିରୁପାୟ ହୋଇ ସମସ୍ତ ଠିକା ,ବିସ୍ଥାପିତ ପରିବାର ଓ ସ୍ଥାଇ କର୍ମଚାରୀମାନେ ଏକତ୍ରିତ ହୋଇ ଡିସେମ୍ବର ପନ୍ଦର (୧୫)ତାରିଖରୁ ନୀଳାଚଳ ଫାଟକ ନିକଟରେ ,ଆମରଣ ଅନଶନ,କରିବେ ବୋଲି ମିଳିତ ମଞ୍ଚର ଆବାହକ ରଞ୍ଜନ କୁମାର ନାୟକ ଓ ବାବୁଲି ପୂର୍ତ୍ତି ଏବଂ ଅନ୍ୟ କର୍ମକର୍ତ୍ତାମାନେ ନୀଳାଚଳ କର୍ତ୍ତୃପକ୍ଷ ,ଶ୍ରମ ବିଭାଗ ,ଜିଲ୍ଲା ପ୍ରଶାସନ ,ସ୍ୱାସ୍ଥ୍ୟ ବିଭାଗ ,ବିଭାଗୀୟ ମନ୍ତ୍ରୀ ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚଉଦ (୧୪)ଦିନିଆ ନୋଟିସ ଦ୍ବାରା ଅବଗତ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking