27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗପ୍ରବଳ କୁହୁଡ଼ି ଯୋଗୁ ଯାନବାହାନ ଚଳାଚଳ ଠପ

ପ୍ରବଳ କୁହୁଡ଼ି ଯୋଗୁ ଯାନବାହାନ ଚଳାଚଳ ଠପ

ରାଉରକେଲା: ଲାଠିକଟା  ବ୍ଲକର ବିଭିନ୍ନ ଅଂଚଳ ସମେତ ଦକ୍ଷିଣ ରାଉରକେଲାରେ ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବା ଖବର ମିଳିଛି । ସକାଳ ପ୍ରାୟ ୮ଟା ଯାଏ କୁହୁଡ଼ିର ଚାଦରରେ ରହିଥିଲା ଏନଏଚ(ଜାତୀୟ ରାଜଥ)-୧୪୩ । ପ୍ରବଳ କୁହୁଡ଼ି ଯୋଗୁ ଗାଡ଼ି ଚାଳକ ମାନଙ୍କୁ ସମ୍ମୁଖ ରାସ୍ତା ସହଜେ ଦୃଶ୍ୟମାନ ହେଉନଥିବାରୁ ଯାତାୟତରେ ବାଧା ଉତ୍ପନ ହୋଇଥିଲା । ସେହିପରି ବର୍ତମାନ ଏନଏଚର ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ କୁହୁଡ଼ି ସହ ଧୂଳିର ଆବରଣ ମିଶିଯାଉ ଥିବାରୁ ଗାଡ଼ି ଚାଳକ ମାନଙ୍କ ପାଇଁ ରାସ୍ତା ଦେଖିବା ଏକ ପ୍ରକାର କଷ୍ଟକର ହୋଇ ପଡ଼ିଥିଲା । ଭାରୀଯାନ ସମେତ ଅନ୍ୟାନ ଗାଡ଼ି  ଚାଳକ ଗାଡ଼ିର ହେଡ ଲାଇଟ ଜଳାଇ ରାସ୍ତାରେ ଯାତାୟତ କରିଥିଲେ । କେବଳଯେ,ଏନଏଚ ନୁହେଁ, ସାରନଗରୀ ରାଜରାସ୍ତା ମଧ୍ୟ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଫଳରେ ବାଇକଧାରୀ, ସାଇକେଲ ଚାଳକ ମାନଙ୍କ ପାଇଁ ରାସ୍ତାରେ ଯିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଥିଲା । କୁହୁଡ଼ି ସମୟରେ ସାଧାରଣତଃ ଦୁର୍ଘଟଣାର ଆଶଙ୍କା ବଢିବା ସ୍ୱାଭାବିକ । ଏହାକୁ ଦୃଷ୍ଟିରେ ରଖି କିଛି ଗାଡ଼ି ଚାଳକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ରାସ୍ତାରେ କିଛି ସମୟ ଅଟକିବାକୁ ନିଷ୍ପତି ନେଇଥିଲେ । ଏଠାରେ ପ୍ରକାଶ ଥାଉକି, ବର୍ତମାନ ଏନଏଚ-୧୪୩ର ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି । ଏହାଛଡ଼ା କିଛି ରାସ୍ତାକୁ ବନ୍ଦ କରାଯାଇ ଅନ୍ୟ ରାସ୍ତାର କାର୍ଯ୍ୟ ଚାଲୁ ରହୁଛି । ଫଳରେ ବାହାର ରାଜ୍ୟରୁ ଭାରୀଯାନ ନେଇ ଆସୁଥିବା ଚାଳକ ମାନେ ପ୍ରକୃତ ରାସ୍ତା ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ଦିନ ତଳେ ଏକ ଟ୍ରକ ଭୁଲବଶତଃ ଏକ ଡିଭାଇଡ଼ର ଉପରେ ମାଡ଼ି ଯାଇଥିଲା । ଶୀତକାଳରେ କୁହୁଡ଼ି ବୃଦ୍ଧି ପାଉଥିବାରୁ ଜାତୀୟ ରାଜପଥରେ ଗାଡ଼ି ଚାଳନା ପାଇଁ ସତର୍କତା ନିହାତି ଭାବେ ଲୋଡ଼ା ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking