32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଜି ପବିତ୍ର ମହାଳୟା

ଆଜି ପବିତ୍ର ମହାଳୟା

ଭୁବନେଶ୍ୱର :ଆଜି ପବିତ୍ର ମହାଳୟା । ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । କରୋନା କଟକଣା ସତ୍ତ୍ୱେ ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବାକୁ ଗୁରୁବାର ରାଜ୍ୟର ବିଭିନ୍ନ ପବିତ୍ର ପୀଠରେ ଲୋକଙ୍କୁ ଦେଖିବାକୁ ମିଳିଛି ।କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ, ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ଥିବା ଯୋଗୁଁ ଲୋକେ ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀରେ ପିଣ୍ଡ ଦାନ କରୁଛନ୍ତି ।ସେହିପରି ଭୁବନେଶ୍ୱରର ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନିକଟ ପବିତ୍ର ବିନ୍ଦୁସାଗର କୂଳରେ ମଧ୍ୟ ବହୁ ଲୋକ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି ।ସମ୍ବଲପୁରରେ ମଧ୍ୟ ମହାଳୟା ଅବସରରେ ଭକ୍ତମାନଙ୍କୁ ମା’ ସମଲେଶ୍ୱରୀ ଧବଳମୁଖୀ ବେଶ ତଥା ଗଙ୍ଗାଦର୍ଶନ ବେଶରେ ଦର୍ଶନ ଦେଉଛନ୍ତି ।କୋଭିଡ୍ କଟକଣା ଯୋଗୁଁ ଲକ୍ଷ ଲକ୍ଷ ଭକ୍ତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ମା’ଙ୍କ ଦର୍ଶନ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ପରମ୍ପରା ଅନୁଯାୟୀ ମହାଳୟା ଅମାବାସ୍ୟାରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ ।ସନ୍ତାନମାନେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଏବଂ ସେମାନଙ୍କ ଠାରୁ ଆଶୀର୍ବାଦ ପାଇବାକୁ ପିଣ୍ଡଦାନ ଦେଇଛନ୍ତି ।ନୂଆ ପଇତା ପିନ୍ଧିବା ସହ ଛତୁଆ, କଦଳୀ, ଗୁଡ଼, ମହୁ ଚକଟି ଧୂପଦୀପ ସହ ପିଣ୍ଡ ଦାନ କରାଯାଉଛି । ଅନ୍ୟ କେତେକ ଚାଉଳ ଓ ଅନ୍ନରେ ମଧ୍ୟ ପିଣ୍ଡ ଦେଇଛନ୍ତି ।ପିତୃପୁରୁଷଙ୍କୁ ପିଣ୍ଡ ଦିଆଯାଇଛି । ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ପ୍ରାର୍ଥନା ମଧ୍ୟ କରାଯାଇଛି ।
ମହାଳୟା ଏକ ଏମିତି ଦିନ ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡ ଦାନ ଦିଆଯାଏ । ଏହାକୁ ୧୫ ଦିନ ଯାଏଁ ପାଳନ କରାଯାଏ । ପିତୃପୁରୁଷଙ୍କୁ ଶାନ୍ତି କରିବା ପାଇଁ ୧୫ ଦିନ ଯାକ ଘରଦ୍ୱାର ସଫାସୁତୁରା କରାଯାଏ ଓ ତାଙ୍କୁ ସ୍ମରଣ କରାଯାଇଥାଏ । ତେବେ ଏହି ୧୫ ଦିନ ଯାକ ଘରେ ସଫାସୁତୁରା କରିବା ନିହାତି ଜରୁରୀ । ସକାଳୁ ଗାଧୋଇ ସାରି ଠାକୁର ପୂଜା କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking