30.1 C
Bhubaneswar
Thursday, May 9, 2024
Homeମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ-2023ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା; ସରକାରୀ ଚାକିରିରେ ମହିଳାଙ୍କୁ ମିଳିବ ୩୫%...

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା; ସରକାରୀ ଚାକିରିରେ ମହିଳାଙ୍କୁ ମିଳିବ ୩୫% ସଂରକ୍ଷଣ

ଭୋପାଲ : ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ଯେକୌଣସି ସମୟରେ ତାରିଖ ଘୋଷଣା କରାଯାଇପାରେ। ହେଲେ ନିର୍ବାଚନ ଘୋଷଣା ହେବା ପୂର୍ବରୁ ଏବେଠାରୁ ରାଜ୍ୟରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇ ସାରିଲାଣି | ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ସମେତ ବହୁ ବିଜେପି ନେତା ରାଲି କରୁଛନ୍ତି। ତେବେ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପୂର୍ବରୁ ଏବେ ଶିବରାଜ ବଡ଼ ଗୋଟି ଚାଳନା କରିଛନ୍ତି। ରାଜ୍ୟର ଅଧା ଜନସଂଖ୍ୟାକୁ ନିଜ ଆଡ଼କୁ କରିବା ଲାଗି ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି ସ୍ବରୂପ ସରକାରୀ ଚାକିରିରେ ମହିଳାଙ୍କୁ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଜଙ୍ଗଲ ବିଭାଗ ବ୍ୟତିତ ଅନ୍ୟ ସମସ୍ତ ବିଭାଗରେ ୩୫% ସଂରକ୍ଷଣର ଫର୍ମୁଲା ରହିବ। ନିକଟରେ ମୁଖ୍ୟମନ୍ତ୍ରୀ ଶିବରାଜ ପୋଲିସରେ ୩୫% ଝିଅଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ପୂର୍ବରୁ ଏହା ୩୦% ଥିଲା। ଏବେ ଅବଶିଷ୍ଟ ସରକାରୀ ଚାକିରିରେ ୩୫% ଝିଅଙ୍କ ନିଯୁକ୍ତି ହେବ। ନିର୍ବାଚନ ପୂର୍ବରୁ ଏହା ଏକ ବଡ଼ ଘୋଷଣା ବୋଲି କୁହାଯାଉଥିଲେ ହେଁ ରାଜ୍ୟର ମହିଳାମାନଙ୍କୁ ସଶକ୍ତିକରଣ ଏବଂ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ଼ ପଦକ୍ଷେପ ବୋଲି ହେବ। ମଧ୍ୟପ୍ରଦେଶର ଜନସଂଖ୍ୟା ବର୍ତ୍ତମାନ ପ୍ରାୟ ୮.୭୭ କୋଟି। ଏଥିରେ ୩୫,୦୧୪,୫୦୩ ହେଉଛନ୍ତି ମହିଳା, ଯାହାକି ରାଜ୍ୟ ଜନସଂଖ୍ୟାର ୪୮.୩୦%। ଏବେ ଶିବରାଜ ସରକାର ରାଜ୍ୟର ଅଧା ଜନସଂଖ୍ୟାର ମନ ଜିଣିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking