30.1 C
Bhubaneswar
Wednesday, May 1, 2024
Homeଓଡିଶାମା ତାରିଣୀ ମନ୍ଦିର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମା ତାରିଣୀ ମନ୍ଦିର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର : ବ୍ୟାସନଗର ସହର ଚୋରଦା ବାଇପାସ ସ୍ଥିତ ମା ତାରିଣୀ ମନ୍ଦିରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାଡମ୍ବରରେ  ରବିବାର ଅନୁଷ୍ଠିତ ହୋଇଯାଇଛି | ଶନିବାର ଅଧିବାସ କରାଯାଇ ଶୁଭ କଳସ ସ୍ଥାପନ କରାଯାଇଥିଲା | ରବିବାର ପ୍ରାତଃ ସମୟରୁ ମନ୍ଦିର ଶୋଧନ, ମାଙ୍କ ମହାସ୍ନାନ କରାଯାଇ ନୂତନ ବସ୍ତ୍ର, ଅଳଙ୍କାର ଓ ପୁଷ୍ପରେ ସଜ୍ଜିତ କରାଯାଇଥିଲା | ପରେ ସୂର୍ଯ୍ୟପୂଜା, ଗୋ ପୂଜା, ଚଣ୍ଡୀ ପାଠ, ଯଜ୍ଞ ହୋମ କରାଯାଇ ସାନ୍ଧ୍ୟରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଥିଲା | କର୍ମଣୀ ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ୱନିରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ଅନୁଭୂତ ହୋଇଥିଲା | ଚୋରଦା ଗ୍ରାମର ଗୌର ହରି ଭକ୍ତଙ୍କ ଦ୍ୱାରା ସାନ୍ଧ୍ୟରେ ହରିନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ କରାଯାଇଥିଲା | ଅଞ୍ଚଳର ବୋହୁ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତି, ଖବରଦାତା ଯୋଗଦେଇ ମାଙ୍କ କୃପା ଲାଭ କରିଥିଲେ | ପୂଜାରେ ମୁଖ୍ୟ ପୁରୋଧା ଲକ୍ଷ୍ମୀଧର  ପାଢ଼ୀ, ଆଚାର୍ଯ୍ୟ ପ୍ରତାପ କୁମାର ଦାଶ ଓ ମନ୍ଦିର ପୂଜକ ରାମଚନ୍ଦ୍ର ପାଢ଼ୀ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ କମିଟିର ସଭାପତି ବିଜୟ କୁମାର ପରିଡା ଓ ତାଙ୍କ ପତ୍ନୀ ରାଜଶ୍ରୀ ପରିଡା ଯୋଗଦେଇଥିଲେ | କମିଟିର ସମ୍ପାଦକ ପବିତ୍ର ମହାନ୍ତି, କୋଷାଧକ୍ଷ ଦୀପକ କୁମାର ମଲ୍ଲିକ, ସୁନୀଲ କୁମାର ଗୁପ୍ତା, କିଶୋର ଅଗ୍ରୱାଲ, ଅରୁଣ କୁମାର ରାଉତ, ଦିନେଶ ମସ୍କରା, ପ୍ରଭାକର ମହାନ୍ତି, ସନ୍ଦୀପ ବାଗରୀ, ବିଜୟ ସେଠି, ଅନୁଜ କୁମାର ପ୍ରଧାନ, ସୁରେନ୍ଦ୍ର ବଳ ପ୍ରମୁଖ ସହଯୋଗ କରିଥିଲେ | କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା | ସହରବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking