26.1 C
Bhubaneswar
Thursday, May 9, 2024
Homeଓଡିଶାଫେରାର ପ୍ରେମୀଯୁଗଳ ୩ ବର୍ଷ ପରେ ଉଦ୍ଧାର

ଫେରାର ପ୍ରେମୀଯୁଗଳ ୩ ବର୍ଷ ପରେ ଉଦ୍ଧାର

ଗଞ୍ଜାମ: ପ୍ରେମ ଶାସ୍ୱତ, ପ୍ରେମ ଚିରନ୍ତନ ସତ୍ୟ, ପବିତ୍ର । ପ୍ରେମ ମାନେନାହିଁ ବାଧା ବନ୍ଧନ, ଜାତି, ଧର୍ମ । ପ୍ରେମଠାରୁ ବଳି ଦୁନିଆରେ ଆଉ କିଛି ନାହିଁ । ନିଜର ପ୍ରେମକୁ ସଫଳ କରିବା ପାଇଁ ଆଜକୁ ପ୍ରାୟ ୩ ବର୍ଷ ତଳେ ଏକ ପ୍ରେମୀଯୁଗଳ ଫେରାର ହୋଇଯାଇଥିଲେ । ପ୍ରାୟ ୩ ବର୍ଷ ପରେ ମଙ୍ଗଳବାର ଶେରଗଡ଼ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଶେରଗଡ଼ ଥାନା ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତ କଣଭାଗ ଗ୍ରାମର କାହ୍ନୁ ପରିଡାଙ୍କ ଝିଅ ରେସମା (୧୯) ଓ ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡ଼ା ଗ୍ରାମର ଯୁତିଆ ସେଠୀଙ୍କ ପୁଅ ରତ୍ନାକର (୨୪) ପରସ୍ପରକୁ ଭଲ ପାଉଥିଲେ । ଦୁହିଁଙ୍କ ଭଲପାଇବା ଦିନକୁ ଦିନ ନିବିଡ଼ ହେବାରେ ଲାଗିଥିଲା । ସଂପର୍କ ନିବିଡ଼ ହେବା ପରେ ରେସମା ନିଜର ଭଲ ପାଇବା ବିଷୟରେ ପରିବାରକୁ ଅବଗତ କରାଇଥିଲେ । କିନ୍ତୁ ପୁଅ ଅନ୍ୟ ଜାତିର ହୋଇଥିବାରୁ ପରିବାର ଲୋକେ ରେସମାଙ୍କୁ ଏଥିରୁ ଓହରିଯିବା ପାଇଁ କହିଥିଲେ । ଏହାପରେ ଘରର ବାଧ୍ୟବାଧକତାକୁ ଖାତିର ନକରି ରେସମା ୨୦୧୭ ମସିହା ଅପ୍ରେଲ ୨୫ ତାରିଖ ଦିନ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଫେରାର୍ ହୋଇଯିବା ପରେ ରେସମାର ମା\’ ସଞ୍ଜୁ ଶେରଗଡ଼ ଥାନାରେ ଝିଅ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ରେସମାକୁ ଖୋଜିବାରେ ଲାଗିଥିଲେ । ଉଭୟ ରେସମା ଓ ରତ୍ନାକର ଫେରାର୍ ହେବା ପରେ ଭୁବନେଶ୍ୱରର ଏକ ମନ୍ଦିରରେ ବିବାହ କରିଥିଲେ । ଏହାପରେ ସେମାନଙ୍କ ଔରସରୁ ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା । ପ୍ରେମୀଯୁଗଳ ଭୁବନେଶ୍ୱରର ସାଲିଆ ସାହିରେ ରହୁଥିବା ଖବର ପାଇ ଶେରଗଡ଼ ଥାନା ଏଏସଆଇ କାଳୁ ଚରଣ ପ୍ରହରାଜ ଓ କନେଷ୍ଟବଳ ବୁଲୁ ପଣ୍ଡା ଭୁବନେଶ୍ୱର ଯାଇ ନୟାପଲ୍ଲୀ ଥାନା ପୁଲିସ ମାଧ୍ୟମରେ ସାଲିଆ ସାହିରୁ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଶେରଗଡ଼ ଥାନାକୁ ଆଣିଥିବା ଜଣାପଡିଛି । ଉଦ୍ଧାର ପ୍ରେମୀଯୁଗଳଙ୍କୁ ଶେରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯିବ ବୋଲି ଏଏସଆଇ ଶ୍ରୀ ପ୍ରହରାଜ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking